Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିକଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୭ ଆହତ

Rashmita Mishra
Browse all articles by Rashmita Mishra
·1 year ago
ପିକଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୭ ଆହତ

ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ ଦୁର୍ଘଟଣା। ଟାଟା ଏସି ଗାଡ଼ି ଓଲଟି ଦୁଇ ମୃତ, ୭ ଗୁରୁତର। ସମସ୍ତେ ଗୋଟିଏ ଭୋଜିରେ ଯୋଗଦେବା ପାଇଁ ବଡ଼ବୋରସିଂ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ଭଂଜନଗର ଓ ସୋରଡା ମେଡ଼ିକାଲ ରେ ଭର୍ତି ।


ସୂଚନା ଅନୁସାରେ ସୋରଡ଼ା ଥାନା ବାଘଲିଙ୍ଗି ଗାଁର ଏକ ପରିବାର ମାନସିକ ପୂଜା ପାଇଁ ଗାଙ୍ଗପୁର ଥାନା ବଡ଼ବୋରସିଙ୍ଗି ଗାଁକୁ ଯାଉଥିବା ବେଳେ ଅଘଟଣ ଘଟିଛି । ମୃତକ ହେଲେ ଚନ୍ଦ୍ରମା ଗୈାଡ ଏବଂ ବାଦଲ୍ ଗୈାଡ । ଗାଡ଼ିରେ ପ୍ରାୟ ୩୦ ଜଣ ଯାତ୍ରୀ ରହିଥିଲେ । ୧୩ଜଣ ଆହତଙ୍କୁ ଉଦ୍ଧାର ପରେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ଏବଂ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pickup-van-overturns-2-dead-7-injured | Argus News