Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Accident / ରାସ୍ତାରେ ଓଲଟିପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ବୋଝେଇ ହୋଇଥିଲା ଗୋ-ମୁଣ୍ଡ ଆଉ ହାଡ଼ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ରାସ୍ତାରେ ଓଲଟିପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ବୋଝେଇ ହୋଇଥିଲା ଗୋ-ମୁଣ୍ଡ ଆଉ ହାଡ଼ !
Accident

Key Points

ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା କାଦୁଆଣୀ ଛକ ନିକଟରେ ।
ଓଲଟିଲା ଗୋ ମୁଣ୍ଡ ଓ ଗୋ ହାଡ଼ ବୋଝେଇ ପିକ୍ ଅପ୍ ଭ୍ୟାନ । ଲକ୍ଷାଧିକ ଟଙ୍କାର ବେଆଇନ ଗୋ ମୁଣ୍ଡ ଓ ଗୋ ହାଡ଼ ଚାଲାଣ ଗାଡି ଜବତ୍ । ୨୨୦ ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥ ଅବରୋଧ । ଦୀର୍ଘଦିନରୁ ଚାଲିଥିବା ଗୋ ମାଂସ ଚାଲାଣକୁ ବନ୍ଦ କରିବାକୁ ବଜରଙ୍ଗ ଦଳ ଓ ଗ୍ରାମବାସୀ ପକ୍ଷରୁ ରାଜରାସ୍ତା ଉପରେ ବିରୋଧ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା କାଦୁଆଣୀ ଛକ ନିକଟରେ ।

ତେଣ୍ଟୋପୋଷି ଗ୍ରାମରୁ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ଚର୍ଚ୍ଚା । ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା। ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଡାକିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ସେହି ଅଞ୍ଚଳର ପ୍ରାୟ ୩/୪ ଟି ଗ୍ରାମର ଶତାଧିକ ଲୋକେ ଏକତ୍ରିତ ବେଆଇନ ଗୋ ଚାଲାଣ ଓ ଗୋ ହତ୍ୟାକୁ ବନ୍ଦ କରିବା ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥାନରେ ବଜରଙ୍ଗ ଦଳର ସେଚ୍ଛାସେବୀ, ହିନ୍ଦୁ ଜାଗରଣ ମଞ୍ଚର ସେଚ୍ଛାସେବୀ, ତଥା ବିଜେପି ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା ପ୍ରମୁଖ ପହଁଞ୍ଚି ଗୋ ଚାଲାଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ରଖିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Accident | Pickup van overturns on the road, loaded with cow heads and bones! | Argus News