Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫଟୋରେ ଫଟୋରେ ବେଳାଭୂମିରେ ଯୁଦ୍ଧଭୂମିର ଚିତ୍ର...

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଫଟୋରେ ଫଟୋରେ ବେଳାଭୂମିରେ ଯୁଦ୍ଧଭୂମିର ଚିତ୍ର...

Key Points

  • ଅଦ୍ଭୁତ, ଅଦ୍ବିତୀୟ, ଦୁଃସାହସିକ, ରୋମାଞ୍ଚକର
  • ବେଳାଭୂମିରେ ଯୁଦ୍ଧ ଭୂମିର ଚିତ୍ର
  • ଜଳପଥରେ ନୌବୀରଙ୍କ କୌଶଳ
  • ଆକାଶରେ ତ୍ରିରଙ୍ଗାର ଜୟଜୟକାର
  • ମେରାଇନ୍ କମାଣ୍ଡୋଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ
  • ଆକାଶପଥରେ ଯୁଦ୍ଧ ବିମାନ ଓ ହେଲିକପ୍ଟରଙ୍କ ଗର୍ଜନ
  • ଉପକୂଳରେ ଟ୍ୟାଙ୍କର ଘର୍ଘର ନାଦ
  • ସମୁଦ୍ରରେ ହାଇଭୋଲଟେଜ୍ ଆକ୍ସନ
  • ମଝି ସମୁଦ୍ରରେ ରଣକୌଶଳ ପ୍ରଦର୍ଶନ
  • ଆକାଶରେ ସାହସିକତା, ସମୁଦ୍ରରେ ଜୀବନର ବାଜି
  • ସୁରକ୍ଷା - ଆକାଶରୁ ନେଇ ସମୁଦ୍ର ଯାଏଁ
  • ନୀଳ ସମୁଦ୍ରରେ ଜୟହିନ୍ଦର ନୌସେନା
  • ଇଏ ଭାରତୀୟ ନୌସେନାର ସୌର୍ଯ୍ୟ

ଅର୍ଗସ ବ୍ୟୁରୋ:  ପ୍ରଥମ କରି ପୁରୀ ଉପକୂଳରେ ପାଳିତ ହୋଇଛି ନୌସେନା ଦିବସ। ଓଡ଼ିଶାର ମାଟି, ପାଣି ଓ ଆକାଶରୁ ସାରା ବିଶ୍ବ ଦେଖିଛି ଭାରତୀୟ ନୌସେନାର ବୀରତ୍ବ, ଅଦମ୍ୟ ସାହସ ଓ ପରାକ୍ରମର ଚିତ୍ର । 15 ଯୁଦ୍ଧ ଜାହାଜ, 37 ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାଙ୍ଗକୁ ଲଢୁଆ ହେଲିକପ୍ଟର ଓ ନୌବୀରଙ୍କ କୌଶଳରେ ଅବିଭୂତ ହୋଇଛନ୍ତି ହଜାର ହଜାର ଲୋକ। 

() ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ 2024 ନୌସେନା ଦିବସ ସମାରୋହର ଉଦଘାଟନ କଲେ ତିନି ସେନାର ମୁଖ୍ୟ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୌସେନା ପକ୍ଷରୁ ମହାମହିମଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର। ତା ପରେ ଯେମିତି ରଣଭୂଇଁ ପାଲଟିଗଲା ପୁରୀର ବେଳାଭୂଇଁ । 
() ପ୍ରଥମେ ହକ୍ AJT ଯୁଦ୍ଧ ବିମାନ କଲେ ବମ୍ ବରଷ୍ଟ। ଭାରତୀୟ ନୌସେନାର ଏହି ଲଢୁଆ ବିମାନ ପ୍ରଦର୍ଶନ କଲେ ନିଜର ଗ୍ରାଉଣ୍ଡ ଆଟାକ୍ କ୍ଷମତା। 
() ଅନ୍ୟପଟେ ତିନିଟି ଚେତକ୍ ହେଲିକପ୍ଟର କଲେ ବ୍ୟାନର ଫର୍ମେସନ୍। ଚେତକ ହେଲିକପ୍ଟରରେ ସଗୌରବେ ଉଡୁଥିଲେ ଭାରତୀୟ ସେନାର ପତାକା ସହ ତ୍ରିରଙ୍ଗା ପତାକା। 


() ତା ପରେ ଦେଖିବାକୁ ମିଳିଲା ସବମେରାଇନ୍ ସେଲ୍ ପାଷ୍ଟ। ଆକ୍ରମଣ ପାଇଁ ନିଜ ପ୍ରସ୍ତୁତିର ପ୍ରଦର୍ଶନ କଲା INS ସେଲକି। ଓଡ଼ିଆ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ଚାଳିତ ଏହି ବୁଡ଼ାଜାହାଜରୁ ହେଲା ଶତ୍ରୁ ଉପରେ ଆକ୍ରମଣର ପ୍ରଦର୍ଶନ। 
() ତା ପରେ ଦେଖାଗଲା ମେରାଇନ୍ କମାଣ୍ଡୋଙ୍କର ରୋମାଞ୍ଚକର ପ୍ରଦର୍ଶନ। ସି କିଙ୍ଗ ହେଲିକପ୍ଟରର ମାଧ୍ୟମରେ ଗଭୀର ସମୁଦ୍ରରେ ଫସିଥିବା ଯବାନଙ୍କୁ ଉଦ୍ଧାର କରିବାର ଇଏ ଅପରେସନ୍। ଯାହାର ଦୁଃସାହସିକ ପ୍ରଦର୍ଶନ କଲେ ନେଭିର ମାର୍କୋସ୍ କମାଣ୍ଡୋ। ହେଲିକପ୍ଟରରୁ ତଳକୁ ପକାଗଲା ଏକ ଦଉଡ଼ି। ତଳେ ନୌକାରେ ଥିବା ନୌସୈନିକ ଜଣେ ପରେ ଜଣେ ଦଉଡ଼ି ସାହାଯ୍ୟରେ ଚଢ଼ି ହେଲିକପ୍ଟରକୁ ଗଲେ। 
() ଏତିକିବେଳେ ଆରମ୍ଭ ହେଲା ମୁଣ୍ଡଜାମିନ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାର ଅଭିଯାନ । ନାରଙ୍ଗୀ ଧୁଆଁ ଉଡ଼ାଇ ଜେମିନି ବୌଟରେ ଉପକୂଳକୁ ମାଡ଼ି ଆସିଲେ ମାର୍କୋସ୍ କମାଣ୍ଡୋ। ଶତ୍ରୁ ପକ୍ଷଙ୍କ ଗଡ଼ରେ ପଶି ଆତଙ୍କବାଦୀଙ୍କୁ ନିପାତ କରିବା ସହ ମୁଣ୍ଡ ଜାମିନ ଥିବା ବ୍ୟକ୍ତିଙ୍କୁ କଲେ ଉଦ୍ଧାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

() ତା ପରେ ଦେଖିବାକୁ ମିଳିଲା ଆମ୍ଫିବିଓସ୍ ଡେମୋ। ଯେଉଁଥିରେ ଦେଖିବାକୁ ମିଳିଲା ଜଳ ସ୍ଥଳ ଓ ଆକାଶ ତିନିପଟୁ ଶତ୍ରୁ ଉପରେ ଆକ୍ରମଣର ଚିତ୍ର ।  ଗୋଟିଏ ପଟେ ଆକାଶରୁ ଆକ୍ରମଣ ଅନ୍ୟପଟେ ତଳେ ଇନଫ୍ୟାଣ୍ଟ୍ରି ଫାଇଟିଂ ଭେହିକିଲ୍ ଦେଖାଉଥିଲେ ଅଦ୍ଭୁତ ରଣକୌଶଳ। ଉପକୂଳରେ ପାଣି ବାଲିକୁ ଚିରି ଦ୍ରୁତ ଗତିରେ ଶତ୍ରୁ ଆଡ଼କୁ ମାଡ଼ି ଯାଉଛି ଏହି ଟ୍ୟାଙ୍କ। ଧୁଆଁ ଛାଡ଼ି ଶତ୍ରୁ ପକ୍ଷର ସମସ୍ତ ଶକ୍ତିକୁ ପ୍ରତିହତ କରିବାର ଇଏ ରଣକୌଶଳ। 
() ଏତିକି ବେଳେ ଆକାଶ ମାର୍ଗରେ ଦେଖିବାକୁ ମିଳିଲା ପାରାଗ୍ଲାଇଡିଂର ଦୃଶ୍ୟ। ଯେଉଁଥିରେ ଅଦ୍ବିତୀୟ ରଣକୌଶଳର ପ୍ରଦର୍ଶନ କଲେ ବିଶ୍ବର ଅଦ୍ବିତୀୟ ଦୁର୍ଦ୍ଦଶ ମାର୍କୋସ୍ ବାହିନୀ । ତ୍ରିରଙ୍ଗା ରଙ୍ଗର ପାରାସୁଟରେ ଉଡ଼ି କୌଶଳ ଦେଖାଇଲେ ମାର୍କୋସ୍ କମାଣ୍ଡୋ। ଅତି ଉଚ୍ଚରୁ ତଳକୁ ଆସି ଭୂମି ଦଖଲ କରିବାର ଇଏ ଭାରତୀୟ ନୌସେନାର ବଡ଼ ଦକ୍ଷତା। ଏହି ପାରାସୁଟରୁ ଓହ୍ଲାଇ ମଞ୍ଚ ଆଡ଼କୁ ମୁହାଁଇଲେ ନୌବୀର ଚେତନ ମଦାନ। ମୁଖ୍ୟଅତିଥି ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ନୌସେନାର ସ୍ମାରକୀ।

() ତା ପରେ ଦେଖାଗଲା ହେଲୋ ହୋଲ୍ଡିଂ ଡେମୋ। ସମୁଦ୍ରରେ ଥିବା ଯୁଦ୍ଧ ଜାହାଜର ଠିକ୍ ଉପରେ ସ୍ଥିର ଭାବେ ଉଡ଼ାଣ ଭରିଥିଲେ ନୌସେନାର ହେଲିକପ୍ଟର। 
() ଏହା ପରେ ଏଞ୍ଜେଲ ଡୋମୋର ପ୍ରଦର୍ଶନ କଲେ ଚେତକ ହେଲିକପ୍ଟର । 
() ସବୁଠାରୁ ଲୋମହର୍ଷକ ଇଏ SAR ଡେମୋ । ଯୁଦ୍ଧ ସମୟରେ ଉଦ୍ଧାର ଅଭିଯାନର ଅଂଶ। 
() ବେଶ୍ ଆକର୍ଷଣୀୟ ଏହି ହର୍ଣ୍ଣ ପାଇପ୍ ଡ୍ୟାନ୍ସ। ନୌସେନା ଦିବସରେ ଅତିଥିଙ୍କ ସାମ୍ନାରେ ଯାହାର ପ୍ରଦର୍ଶନ କଲେ ଭାରତୀୟ ନୌସେନାର କ୍ୟାଡେଟ୍ କର୍ପସ। 
() ତା ପରେ ଆକାଶ ମାର୍ଗରୁ ଶତ୍ରୁ ଉପରେ ଗୁଳି ଗୋଳା ବର୍ଷା କଲେ ସେନା ହେଲିକପ୍ଟର। ହକ୍ ଡେମୋର ଅଂଶ ଭାବେ ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ତାର ଝଲକ ଦେଖାଇଛି ନୌସେନା ।


() ତାପରେ ଶୁଣାଗଲା ହ୍ବାଇଟ୍ ଟାଇଗର ଭାବେ ପରିଚିତ ମିଗ୍ 29 Kର ପ୍ରଚଣ୍ଡ ଗର୍ଜନ। ଆକାଶରୁ ଗୁଳିଗୋଳା ବର୍ଷା କଲା ଏହି ଲଢୁଆ ଯୁଦ୍ଧ ବିମାନ। 
() ଏପଟେ ମଞ୍ଚରେ ଦେଖିବାକୁ ମିଳିଲା ନୌସେନା ଯବାନଙ୍କ ସ୍ୱତନ୍ତ୍ର ବ୍ୟାଣ୍ଡ ଡ୍ରିଲ ସହ କଣ୍ଟିନ୍ୟୁଟି ଡ୍ରିଲ୍ । 
() ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ତାର ଝଲକ ଦେଖାଇଛି ନୌସେନା । ନୌସେନା ଦିବସ ସମାରୋହରେ ସାମିଲ ହୋଇ ମହାମହିମ ରାଷ୍ଟ୍ରପତିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ନୌବୀରଙ୍କ ସୌର୍ଯ୍ୟ ଦେଖିଛନ୍ତି।

Sponsored
Picture of the battlefield on the beach in the photo. | Argus News