Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ପରିବାର ପ୍ରହସନ ବନାମ ଧର୍ମେନ୍ଦ୍ରଙ୍କ ମନ ଛୁଆଁ ଆକୁଣ୍ଠିତ ସ୍ନେହ...

Smruti Parija
Browse all articles by Smruti Parija
·2 years ago·3 min read
ନବୀନଙ୍କ ପରିବାର ପ୍ରହସନ ବନାମ ଧର୍ମେନ୍ଦ୍ରଙ୍କ ମନ ଛୁଆଁ ଆକୁଣ୍ଠିତ ସ୍ନେହ...

ଅର୍ଗସ ବ୍ୟୁରୋ: ଏ ଫଟୋ ଦେଖିବା ପରେ ଆଉ ଶବ୍ଦରେ ବର୍ଣ୍ଣନା କରିବାକୁ ପଡିବନି । କାରଣ ରାଜ୍ୟ ରାଜନୀତିର ଦୁଇ ଚର୍ଚ୍ଚିତ ଚେହେରାଙ୍କ କାମକୁ ନେଇ ଅନେକ ସମୟରେ ଚର୍ଚ୍ଚା ଥାଏ । ହେଲେ ଏବେ ଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଅନେକ ଚର୍ଚ୍ଚା ଆହୁରି ବଢିଛି । କାରଣ ଧର୍ମେନ୍ଦ୍ର ସାଧୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ବେଳେ ନବୀନ ଛିଡା ହୋଇ ନମସ୍କାର କରୁଛନ୍ତି । କଥାରେ ଅଛି ମଣିଷର କାର୍ଯ୍ୟଶୈଳୀରୁ ଜଣାପଡେ ସଂସ୍କାର । ଠିକ୍‌ ସେମିତି ଏ ଫଟୋ ହିଁ କହିଦେଉଛି ଅନେକ କଥା ।

ଶାସନ ବନାମ ସ୍ନେହ । ନବୀନଙ୍କ ପରିବାର ପ୍ରହସନ ବନାମ ଧର୍ମେନ୍ଦ୍ରଙ୍କ ମନ ଛୁଆଁ ଆକୁଣ୍ଠିତ ସ୍ନେହ... ଜଣେ ସମ୍ଭ୍ରାନ୍ତ ଶାସକ ବନାମ ଆମ ବଡ଼ ଭାଇ ବା ଆମ ଲୋକ, ଆମ ଓଡ଼ିଆ ସଂସ୍କୃତି ଆମର ଜୀବନଶୈଳୀକୁ ବହୁ ମାତ୍ରାରେ ପ୍ରଭାବିତ କରେ । ଅହଂକାରୀ ନୁହେଁ ଆମକୁ ନମ୍ର ହେବାକୁ କହେ, ଅନ୍ୟକୁ କଷ୍ଟ ଦେବା ବଦଳରେ ସାହାଯ୍ୟ କରିବାକୁ ପ୍ରେରଣା ଦିଏ, ସ୍ନେହ ଓ ଶ୍ରଦ୍ଧାକୁ ଆଧାର କରି ଆଗକୁ ବଢିବାକୁ ପ୍ରେରଣା ଦିଏ। ଆମ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆମର ପରିଚୟ । ଯାହାକୁ ଭଲ ଭାବରେ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ବୁଝିଛନ୍ତି ତାହା ନୁହେଁ ବରଂ ଓଡ଼ିଆଙ୍କ ପାଇଁ ସେ ସବୁବେଳେ ଚିନ୍ତିତ, ବ୍ୟଥିତ ଓ କାର୍ଯ୍ୟରତ । ଆଉ ଏ ଫଟୋ ହିଁ ସେ ସବୁ ବୟାନ କରୁଛି ।

ଦର୍ଶକବନ୍ଧୁ ଆମେ ଆପଣଙ୍କୁ କିଛି ଫଟୋ ଦେଖାଉଛୁ...ଭଲରେ ଦେଖନ୍ତୁ, ଆଉ ଅନୁମାନ କରନ୍ତୁ...କିଏ କେତେ ଅସ୍ମିତାକୁ ଜାବୁଡ଼ି ଧରିଛି ।
ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳାରେ ସାମିଲ ହେବା ସହ ଶୂନ୍ୟବ୍ରହ୍ମଙ୍କ ପାଖରେ ନିଜକୁ ସମର୍ପିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହିମା ଗୋସାଇଁଙ୍କ କରୁଣା ଏବଂ ପୂଜ୍ୟ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଆଉ ଆରଫଟୋରେ ଆମେ କିଛି କହିବୁନି..ଆପଣ ହିଁ ବୁଝି ଯାଆନ୍ତୁ...

25 ବର୍ଷ ଗୋଟିଏ ରାଜ୍ୟକୁ ଶାସନ କରିଛନ୍ତି । ଓଡିଆ ଅସ୍ମିତାକୁ ନେଇ ବହୁତ କିଛି କରିବା ନେଇ ବାରମ୍ବାର ଦାବି ମଧ୍ୟ କରୁଛନ୍ତି । 25 ବର୍ଷ ଶାସନ ପରେ ବି ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବାକୁ ଆହୁରି 5 ବର୍ଷ ସମୟ ମଧ୍ୟ ମାଗୁଛନ୍ତି । ହେଲେ ଓଡିଆଙ୍କ ପାଇଁ କାମ କରିବାକୁ ଏମିତି ଦକ୍ଷିଣୀ ଷ୍ଟାଇଲ୍ ରେ ଲୁଙ୍ଗି ପିନ୍ଧି ଯୋଡି ଶଙ୍ଖରେ ଭୋଟ୍ ଦେବାକୁ ଅପିଲ୍ କରିବା ଅର୍ଥ କ'ଣ ।  ବିଶେଷ ଅବସର ତଥା ସର୍ବସାଧାରଣ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆମାନେ ସାଧାରଣତଃ ଲୁଙ୍ଗି ପିନ୍ଧନ୍ତି ନାହିଁ । ହେଲେ ବିଜେଡି ନେତା ବିଜେଡିର ମୁଖିଆ କଣ ଦର୍ଶାଇବାକୁ ଚାହୁଁଛନ୍ତି । 

ବାହାଘର ବ୍ରତଘର, ଦେବଦର୍ଶନ, ଶୁଭ କାର୍ଯ୍ୟ ଆଦି ସମୟରେ ଓଡ଼ିଆଙ୍କ ପରିଚୟ ବନେ ଧୋତି । ଯେଉଁ ବେଶ ପୋଷାକରେ  ନିର୍ବାଚନୀ ରାଲିରେ ବି ନଜର ଆସୁଛନ୍ତି ଧର୍ମେନ୍ଦ୍ର । ପ୍ରକୃତରେ ଓଡିଆ ଅସ୍ମିତା କଥା କିଏ ଭାବୁଛି ଆପଣ ବୁଝି ପାରୁଥିବେ । 

ଲୋକଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କଠୁ ନବୀନ ସବୁବେଳେ ଦୂରତା ବଜାୟ ରଖନ୍ତି କିନ୍ତୁ ଲୋକଙ୍କ ଭିତରେ ରହି କାମ କରିବାକୁ ଭଲ ପାଆନ୍ତି ଧର୍ମେନ୍ଦ୍ର । ଓଡ଼ିଆ ପୁଅ ଭାବେ ଓଡ଼ିଆ ଭାଇ ଭାବେ ଓଡ଼ିଆ ଲୋକଙ୍କ କାନ୍ଧରେ କାନ୍ଧ ମିଶାଇ ଆଗକୁ ଯିବାକୁ ପସନ୍ଦ କରନ୍ତି ଧର୍ମେନ୍ଦ୍ର ।

ଯାହା ଏହି ଦୁଇ ଦୃଶ୍ୟ ବୟାନ କରୁଛନ୍ତି । ଡ୍ରାଇଭର ସଂଘ ସହ ମୁଖ୍ୟମନ୍ତ୍ରୀ କିପରି ଆଲୋଚନା କରୁଛନ୍ତି ଆଉ କେନ୍ଦ୍ରମନ୍ତ୍ରୀ କିପରି ଆଲୋଚନା କରୁଛନ୍ତି । 
ଆମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ବଡ ବଡିଆଙ୍କ ପାଇଁ ଖୋଲା ଥାଏ । ସେ ତାଙ୍କ ସହ କଥା ହୁଅନ୍ତି । ତାଙ୍କ ସହ ସେଲଫି ବି ଉଠାନ୍ତି । ହେଲେ ଗରିବ, ଦଳିତ, ଆନ୍ଦୋଳନକାରୀ ତାଙ୍କର କେବେ ବି ପସନ୍ଦ ନୁହେଁ । କିଏ ଅଭିଯୋଗ କରିବାକୁ ଗଲେ ତାକୁ ଦୂରରୁ ହିଁ ଭଗେଇ ଦିଆଯାଏ । ଲାଠି ଚାର୍ଜ ହୁଏ, ବଳ ପୂର୍ବକ ସେଠାରୁ ଯିବାକୁ କୁହାଯାଏ ।  

ଏପରିକି ଏହି ଦୌଡରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଯାଉଥିବା ଗଣମାଧ୍ୟମ ବି ସାମିଲ୍ । ଦେଖନ୍ତୁ କିପରି ଜଣେ ନେତାଙ୍କ ପାଇଁ ମୋଟା ଦଉଡିରେ ଗଣମାଧ୍ୟମକୁ ଅଟକାଯାଇଛି । 
ଆଉ ଜଣେ ନେତା ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଖରେ ବସାଇ ଶାନ୍ତିପୂର୍ବକ ଆଲୋଚନା କରୁଛନ୍ତି । 
ତେବେ ଦର୍ଶକବନ୍ଧୁ ଓଡିଆ ଅସ୍ମିତା କଥା ପ୍ରକୃତରେ କିଏ ଭାବୁଛି ଆପଣ ବୁଝି ପାରୁଥିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
picture-says-thausand-words-naveens-family-farce-vs-dharmendras-heart-wrenching-love | Argus News