Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିପିଲା ଦୁର୍ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ପିପିଲା ଦୁର୍ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Key Points

ଅଧା ରହିଗଲା ଜଗା ଦର୍ଶନ

ଚଢି ଗଲା ଆମ ବସ

ଚାଲିଗଲା 3 ନୀରିହ ଯୁବତୀଙ୍କ ଜୀବନ

ପିପିଲି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଛି । ପିପିଲି ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢ଼ିଗଲା ବସ୍ । ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଜଗା ଦର୍ଶନ ପାଇଁ ଯାଉଥିଲେ ।


ଅଧା ରହିଗଲା ଜଗା ଦର୍ଶନ! ଚଢି ଗଲା ଆମ ବସ! ଚାଲିଗଲା ୩ ଜଣଙ୍କ ନିରୀହ ଯୁବତୀଙ୍କ ଜୀବନ । ଭୁବନେଶ୍ୱର ପୁରୀ 316 ନମ୍ବର ଜାତୀୟ ରାଜପଥ ପିପିଲି ଓଭର ବ୍ରିଜ ନିକଟରେ ମୋ ବସ ଚଢିଗଲା ୩ ଜଣ ମହିଳାଙ୍କ ଉପରେ । ଘଟଣାସ୍ଥଳରେ ପିପିଲି ପୋଲିସର ବୁଝା ସୁଝା କରି ଆମ୍ବୁଲାନ୍ସ ଯୋଗେ ପିପିଲି CHC ରେ ଭର୍ତ୍ତି କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜଣେ ଭୁବନେଶ୍ୱର ଓଲଡ୍ ଟାଉନ ବାରିକ ସାହି ଅଂଚଳର ଆଉ ଦୁଇ ଜଣ କେନ୍ଦ୍ରାପଡ଼ାର ବୋଲି ସୂଚନା ରହିଛି । ମୃତକ ଯୁବତୀ, ରିଙ୍କି, କାଜଲ ଓ ରିମଝିମ । ଏପଟେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ବାଇକରୁ ଚଢି ଗଲା ଆମ ବସ । ପିପିଲି CHC ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ପିପିଲି SDPO ଓ IIC ସମ୍ପର୍କୀୟ ଙ୍କୁ ବୁଝା ସୁଝା କରି ଶବ ବ୍ୟବଛେଦ ପାଇଁ ପ୍ରୟାସ ଜାରି ରଖିଛି ।

Sponsored
pipili-accident-cm-announces-rs-4-lakh-assistance-to-the-family-of-the-deceased | Argus News