Videos
|
Odisha

ନିପୁଣ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଲେ ପିପିଲି ବିଧାୟକ

Sangram Tripathy
Browse all articles by Sangram Tripathy
·1 year ago·1 min read
ନିପୁଣ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଲେ ପିପିଲି ବିଧାୟକ

ଅର୍ଗସ ବ୍ୟୁରୋ:କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଓଡିଶାର ବିଭିନ୍ନ ବିଦ୍ୟାଳୟରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ବେଳେ ପୁରୀ ଜିଲ୍ଲା ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଏବଂ ଡେଲାଙ୍ଗ ବ୍ଲକର ଡେଲାଙ୍ଗ ବାଳିକା ବିଦ୍ୟାଳୟ ରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବରେ ଡେଲାଙ୍ଗ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲା ବେଳେ ଶିକ୍ଷା ମଣ୍ଡଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ, ଉଭୟ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ମାନେ ସଭା ପରିଚାଳନା କରିଥିଲା ବେଳେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ବିଷୟରେ ବକ୍ତା ମାନେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ! ତେବେ ୩ ବର୍ଷରୁ ୯ ବର୍ଷ ବୟସର ପିଲାମାନଙ୍କ ସାମାଜିକ ଶିକ୍ଷା ଓ ଗାଣିତିକ, ବୈଷୟିକ ଶିକ୍ଷା ର କିଭଳି ବିକାଶ ହୋଇପାରିବ ଏହି ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଥିଲାବେଳେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିର୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରାଯାଉଥିବା ଡେଲାଙ୍ଗ ଶିକ୍ଷାଧିକାରୀ କହିଛନ୍ତି,ତେବେ ଏହି କାର୍ଯ୍ୟକ୍ରମ ବିଧାୟକ ଯୋଗ ଦେଇ ଛାତ୍ରଛାତ୍ରୀ ବିଭିନ୍ନ ଅଭିଯୋଗ ଶୁଣିବା ସହ ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pipili MLA joined the Smart Odisha Program | Argus News