Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Police Encounter / ପିପିଲି ପୋଲିସର ଏନକାଉଣ୍ଟର ,କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ଅଭିଯୁକ୍ତକୁ ଏନକାଉଣ୍ଟର

Bikash Mohanty
Browse all articles by Bikash Mohanty
·5 months ago·2 min read
ପିପିଲି ପୋଲିସର ଏନକାଉଣ୍ଟର ,କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ଅଭିଯୁକ୍ତକୁ ଏନକାଉଣ୍ଟର
Murder

Key Points

କିନ୍ନର ସୋନା ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର, ହତ୍ୟାର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି, ପୋଲିସ ଉପରକୁ ଫାୟାରିଂ କରିଥିଲା କ୍ରିଷ୍ଣା, ପିପିଲି ପୋଲିସର ପାଲଟା ଗୁଳିଚାଳନା,  କ୍ରିଷ୍ଣାର ବାମ ଗୋଡ଼ରେ ଗୁଳି ବାଜିଛି, ସୂଚନା ଦେଇଛି ପୋଲିସ।
କୌଶଲ୍ୟାଗଙ୍ଗରେ କିନ୍ନର ସୋନା ଓରଫ ଅଞ୍ଜଳି ହତ୍ୟାକାଣ୍ଡ ମାମଲାରେ ପିପିଲି ପୁଲିସକୁ ବଡ଼ ସଫଳତା। ହତ୍ୟାର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ପୁଲିସ ପିପିଲି ବାଇପାସ୍‌ରେ ଏନ୍‌କାଉଣ୍ଟର କରିଛି ପୋଲିସ। କ୍ରିଷ୍ଣାକୁ ପିଛା କରୁଥିବା ପୁଲିସ ଉପରକୁ ସେ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳି ଚାଳନାରେ କ୍ରିଷ୍ଣାର ବାମ ଗୋଡ଼ରେ ଗୁଳି ବାଜିଥିବା ପୁଲିସ ସୂଚନା ଦେଇଛି ପୋଲିସ।

ପୁଲିସ କହିବା ମୁତାବକ, କ୍ରିଷ୍ଣା ଏକ ଦୁର୍ଦ୍ଦାନ୍ତ ଅପରାଧୀ। ପୂର୍ବରୁ ତା’ ନାଁରେ ଅନେକ ଲୁଟ୍ ଓ ଛିନ୍‌ତାଇ ମାମଲା ରହିଛି। ତା’ର ଘର କୋଣାର୍କର ଗଡ଼ରୁପସା ଅଞ୍ଚଳରେ। ଚଳିତମାସ ପହିଲାରେ କୌଶଲ୍ୟାଗଙ୍ଗ ନିକଟରେ ହୋଇଥିବା ହତ୍ୟାକାଣ୍ଡରେ ପୁଲିସ ମୃତକ କିନ୍ନର ସୋନା ଓରଫ୍ ଦିନେଶ ରାଉତଙ୍କ ହତ୍ୟାକାରୀ ସମ୍ପର୍କରେ ପୁଲିସକୁ ଥଳକୂଳ ମିଳୁ ନଥିଲା ।

ତାଙ୍କ ମୋବାଇଲ୍ ଫୋନ୍‌ର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରିବା ବେଳେ କ୍ରିଷ୍ଣାର ସମ୍ପୃକ୍ତି ପଦାକୁ ଆସିଥିଲା। କାହିଁକି ନା, ଆକ୍ରମଣ ପରେ ସୋନା ତାଙ୍କର ଜଣେ ସାଙ୍ଗକୁ ଫୋନ କରି ସବୁ ଘଟଣା ଜଣାଇଥିଲେ। କିନ୍ତୁ ଆକ୍ରମଣ ପୂର୍ବରୁ ସୋନାଙ୍କ ଫୋନ୍‌କୁ କ୍ରିଷ୍ଣା ବାରମ୍ବାର ଫୋନ୍ କରିଥିଲା। ଦୁଇଥର ଫୋନ୍ ଉଠାଇଥିଲେ ହେଁ, ବାକି ସବୁଥର ଫୋନ୍‌କୁ କାଟି ଦେଇଥିଲେ।

ପୁଲିସ କ୍ରିଷ୍ଣାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତା' ମୋବାଇଲ୍ ଫୋନ୍ ନମ୍ବରକୁ ଟ୍ରାକିଂ କରାଯାଉଥିଲା। କ୍ରିଷ୍ଣା ଆଜି ସନ୍ଧ୍ୟା ୭ଟାରେ ପୁରୀରୁ ବାଇକ୍ (ଓଡି୦୨ଡିଏଫ୍-୩୯୩୩) ଯୋଗେ ବାହାରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ପିପିଲି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଖବର ପାଇଁ ତାକୁ କାବୁ କରିବାକୁ ପିପିଲି ବାଇପାସ୍‌ରେ ଛକି ବସିଥିଲା। ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ଏହି ଟିମ୍‌ର ନେତୃତ୍ୱ ନେଇଥିଲେ। ସମୟ ସାଢ଼େ ୮ଟା ।

ପଢ଼ନ୍ତୁ ଏହି ଖବର: ସତ୍ୟବ୍ରତ ପ୍ରଧାନ ହତ୍ୟାକାଣ୍ଡର ଖୁଲାସା, ପ୍ରେମିକାକୁ ପର ପୁରୁଷ ସହ ଦେଖି ଅଭିଯୁକ୍ତ ଖେଳିଥିଲା ରକ୍ତର ହୋଲି

ତରାକାଜ ଛକ ନିକଟ ପେଟ୍ରୋଲ ପମ୍ପ ପଛରେ କ୍ରିଷ୍ଣାର ବାଇକ୍‌କୁ ପୁଲିସ ଟିମ୍ ଅଟକାଇଥିଲା। ସେତେବେଳକୁ କ୍ରିଷ୍ଣା କିନ୍ତୁ ଅଟକିଲାନି। ପୁଲିସ ଭ୍ୟାନ୍ ତାକୁ ପିଛା କରିଥିଲା। କ୍ରିଷ୍ଣା ବାଇକ୍‌କୁ ରାସ୍ତାକଡ଼ରେ ରଖି ବାଇକ୍ ଆଢୁଆଳରେ ରହି ପୁଲିସ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା। ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ କ୍ରିଷ୍ଣାକୁ ସତର୍କ କରିଥିଲେ। ହେଲେ କ୍ରିଷ୍ଣା ମାନି ନ ଥିଲା। ଶେଷରେ ଶ୍ରୀ ତ୍ରିପାଠୀଙ୍କ ବନ୍ଧୁକରୁ ପାଲଟା ୩ ରାଉଣ୍ଡ ଗୁଳି ଗର୍ଜିଲା।

ଗୋଟିଏ ରାଉଣ୍ଡ କ୍ରିଷ୍ଣାର ବାମପାର୍ଶ୍ଵ ନଳି ଗୋଡ଼ରେ ବାଜିଲା। କ୍ରିଷ୍ଣା ତଳେ ପଡ଼ିଯିବା କ୍ଷଣି ତୁରନ୍ତ ପୁଲିସ ଟିମ୍ ତାକୁ କାବୁ କରି ନେଇଥିଲା । ଅଭିଯୁକ୍ତକୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତା'ପରେ ତାକୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିବା ପରେ ତାକୁ ଗିରଫ କରାଯିବ।

ପଢ଼ନ୍ତୁ ଏହି ଖବର: ଧଉଳି ଗଣଦୁଷ୍କର୍ମ ମାମଲାର ଚତୁର୍ଥ ଅଭିଯୁକ୍ତ ଗିରଫ

ଲୁଟ୍ ଉଦ୍ଦେଶ୍ୟରେ ସେ ଘଟଣାଦିନ କିନ୍ନର ସୋନାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି। ସୋନାଙ୍କଠାରୁ ଲୁଟ୍‌ପାଟ କରିବା ବେଳେ କ୍ରିଷ୍ଣା ଓ ତାର ୨ ସହଯୋଗୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ତେବେ କ୍ରିଷ୍ଣା ଓ ତା'ର ୨ ସହଯୋଗୀ ସୋନାଙ୍କୁ ଛୁରିରେ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲେ। ସୋନା ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ତାର ଜଣେ ବନ୍ଧୁଙ୍କୁ ଫୋନ୍ କରି ଉଦ୍ଧାର କରିବାକୁ କହିଥିଲା ।

ତେବେ ପରେ ପ୍ରବଳ ରକ୍ତସ୍ରାବ ଯୋଗୁ ସୋନାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେରାର ୨ ସହଯୋଗୀଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police Encounter | Pipili Police Encounter in Kinnar Anjali Murder Case | Accused Injured | Argus News