Sand Mafia / ବାଲି ଚୋରା ଚାଲାଣ ନେଇ ବାଲି ମାଫିଆ ଓ ପୋଲିସ ମୁଁହା ମୁଁହି
·7 months ago·2 min read

Key Points
ପିପିଲିରେ ବାଲି ମାଫିଆ ଓ ପୋଲିସ ମୁଁହା ମୁଁହି
ପିପିଲି ମଧୁପୁର ଠାରେ ଚୋରା ବାଲିକୁ ନେଇ ଉତେଜନା
ଗୋଟିଏ JCB ଓ ଏକ ହାଇଓ୍ବା ଗାଡି ଜବତ
ପିପିଲି ମଧୁପୁର ଠାରେ ଚୋରା ବାଲିକୁ ନେଇ ଉତେଜନା
ଗୋଟିଏ JCB ଓ ଏକ ହାଇଓ୍ବା ଗାଡି ଜବତ
ଓଡ଼ିଶା ଖବର: ପିପିଲିରେ ବାଲି ମାଫିଆ ଓ ପୋଲିସ ମୁଁହା ମୁଁହି। ପିପିଲି ଉତରା ନିକଟ ମଧୁପୁର ଠାରେ ଚୋରା ବାଲିକୁ ନେଇ ଉତେଜନା! ବାଲି ମାଫିଆ ଓ ମାଇନ୍ସ ଅଧିକାରୀ ପୋଲିସ ମୁହାଁ ମୁହିଁ! ପୁରୀ ଜିଲ୍ଲା ମାଇନ୍ସ ଅଧିକାରୀ ଚୋରା ବାଲି ଗାଡି ଓ ଚୋରା ବାଲି କୁ ଜବତ କରିବାକୁ ଯାଇଥିବା ବେଳେ କିଛି ବ୍ୟକ୍ତି ଓ ଅଧିକାରୀ ମୁହାଁ ମୁଁହିଁ! ଘଟଣା ସ୍ଥଳରେ ପିପିଲି ଥାନା ଅଧିକାରୀ ପହଂଚି ସ୍ଥିତି କୁ ଆୟତ୍ୱ କରି ଜଣକୁ ଅଟକ ରଖିବା ସହ ଗୋଟିଏ JCB ଓ ଏକ ହାଇଓ୍ବା ଗାଡି କୁ ଜବତ କରିଛି ପିପିଲି ପୋଲିସ! ଘଟଣା ସ୍ଥଳରେ ଥାନା ଅଧିକାରୀ ଓ ମାଇନ୍ସ ବିଭାଗ ଅଧିକାରୀ ଉପସ୍ଥିତ!ଚୋରା ବାଲି ଓ ଚୋରା ବାଲି ଘାଟ ଉପରେ ତୀକ୍ଷ୍ଣ ନଜର ରଖୁଛି ପିପିଲି ପୋଲିସ! ତେବେ ପୋଲିସ କୁ ଆକ୍ରମଣ କଥା କୁ ଅସ୍ବୀକାର କରିଛନ୍ତି ପିପିଲି iic ସୌମେନ୍ଦୁ ଶେଖର ତ୍ରିପାଠୀ
ରବିବାର ଭୋର୍ ୪ଟାରେ ଭାର୍ଗବୀ ନଦୀ ମଧୁପୁର ନିକଟ ଚୋରା ବାଲିଘାଟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା । ବାଲିମାଫିଆ ଗ୍ୟାଙ୍ଗ୍ ଓ ଚଢ଼ଉ କରିବାକୁ ଯାଇଥିବା ସ୍ଟାଡ୍ ମଧ୍ୟରେ ଘଟିଥିବା ତୁମୁଳ ସଂଘର୍ଷରେ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି | ମାଫିଆମାନଙ୍କ ଗୁଣ୍ଡାବାହିନୀର ଆକ୍ରମଣରେ ପୁଲିସ I ଭ୍ୟାନ୍ ଭାଙ୍ଗିଛି | ତଥାପି ପୁଲିସ ମାଫିଆ ଗ୍ୟାଙ୍ଗ୍କୁ ମୁକାବିଲା ବିଲା କରି ୨ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ଏବଂ ମାରଣାସ୍ତ୍ର ସହ ବାଲି ଖୋଳୁଥିବା ଜେସିବି ଓ ବାଲି ଚାଲାଣ ପାଇଁ ବ୍ୟବହୃତ ହାଇୱା ଜବତ କରିଛି।
ପଢ଼ନ୍ତୁ ଏହି ଖବର: ଖୋଲା ଆକାଶ ତଳେ ପଡ଼ିଛି ଧାନ ବସ୍ତା; ସରି ଆସୁଛି ଚାଷୀଙ୍କ ଟୋକନ ଅବଧି
ପିପିଲି କୌଶଲ୍ୟାଗଙ୍ଗ ଫାଣ୍ଡି ମଧୁପୁର ନିକଟରେ ଭାର୍ଗବୀ ନଦୀରେ ବହୁ ଦିନ ହେଲା ଚୋରା ବାଲିଘାଟ ଚାଲିଥିବା ନେଇ ପିପିଲି ଥାନା ଓ ପୁରୀ ଜିଲ୍ଲା ଲଘୁ ଖଣିଜ ବିଭାଗରେ ଅଭିଯୋଗ ହୋଇଆସୁଥିଲା। ତେଣୁ ଲଘୁ ଖଣିଜ ବିଭାଗର ଅଧିକାରୀମାନେ ପୁରୀ ପୁଲିସର ସ୍ପେସାଲ୍ ସ୍ବାଡ୍ ଓ ପିପିଲି ଥାନା ପୁଲିସ ସହଯୋଗରେ ଭୋର୍ ପ୍ରାୟ ୪ଟା ବେଳେ ବାଲିଘାଟରେ ଚଢ଼ଉ କରିଥିଲେ। ମିଳିତ ସ୍ଟାଡ୍ର ଅତର୍କିତ ଚଢ଼ଉ ଦେଖି ବାଲିମାଫିଆମାନେ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାତ୍ର କିଛି ମିନିଟ୍ ମଧ୍ୟରେ ମାଫିଆମାନଙ୍କ ଗୁଣ୍ଡାବାହିନୀ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ମାଡ଼ିଆସିଥିଲେ | ପ୍ରାୟ ୧୨ଜଣ ଗୁଣ୍ଡା ବାଲିଘାଟରେ ପହଞ୍ଚିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ପୁଲିସର ପ୍ରତିଆକ୍ରମଣ ଦେଖି ମାଫିଆମାନେ ମାରଣାସ୍ତ୍ର ଫୋପାଡ଼ି ଛତ୍ରଭଙ୍ଗ ଦେଲେ। କିନ୍ତୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ଙ୍କୁ କାବୁ କଲା। ଧରାପଡ଼ିଥିବା ଜଣେ ଦୁର୍ବୃତ୍ତଙ୍କୁ ପିପିଲି ଥାନା ନାରେ ଅଟକ ରଖାଯାଇଛି ।
Related Topics
Explore more stories