Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pitabash Panda Murder Case / ସୁସ୍ମିତା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ 'ମୋ ପରିବାରକୁ ସୁରକ୍ଷା ଦିଅ'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ସୁସ୍ମିତା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ 'ମୋ ପରିବାରକୁ ସୁରକ୍ଷା ଦିଅ'

Key Points

ପୀତବାସଙ୍କ ଭାଇ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁରା ପରିବାର ଭୟଭୀତ ଅଛୁ ।
ଟ୍ରୁ କଲରରେ ଗୋଟେ ନମ୍ବର ଭିକି ଅନ୍ୟ ନମ୍ବର ପରିମଳ ଦାସ ନାଁରେ ଆସିଥିବା କହିଛନ୍ତି ପୀତବାସଙ୍କ ଭାଇ ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପତ୍ନୀ ସୁସ୍ମିତା ପଣ୍ଡା ଆଣିଲେ ସାଂଘାତିକ ଅଭିଯୋଗ । ସେ କହିଛନ୍ତି, 'ସ୍ବାମୀଙ୍କ ହତ୍ୟାରେ ବିକ୍ରମ ପଣ୍ଡାଙ୍କ ରହିଛି ଶତ ପ୍ରତିଶତ ସଂପୃକ୍ତି । ଆମ ଜୀବନ ପ୍ରତି ବିପଦ ରହିଛି' । ତେଣୁ ସୁରକ୍ଷା ସହ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ନ୍ୟାୟ ମାଗିଛନ୍ତି ପୀତବାସଙ୍କ ପତ୍ନୀ ।

ଖାଲି ସେତିକି ନୁହେଁ, ପିତବାସଙ୍କ ପତ୍ନୀ ଅଆହୁରି କହିଛନ୍ତି, 'ମାମଲା ପ୍ରତ୍ୟାହାର ପାଇଁ ଧମକପୂର୍ଣ୍ଣ କଲ୍ ଆସୁଛି । ଆମକୁ ଗତ ୨୭ ଓ ୨୮ ତାରିଖରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ବିକ୍ରମ ପଣ୍ଡାଙ୍କ ନାଁରେ ଧମକ ଆସୁଛି । ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ବିକ୍ରମ ପଣ୍ଡାଙ୍କ ନାଁ ନେଉଛନ୍ତି । ହତ୍ୟାପରେ ଘରକୁ ଆସିଥିଲେ ବିକ୍ରମ ପଣ୍ଡା । ଆମକୁ ସାନ୍ତ୍ୱନା ଦେଲେ । ମୁଁ ବି କହିଲି ଦୁହେଁ ଆପଣ ୩୫ ବର୍ଷର ସାଙ୍ଗ । ସେ କହିଥିଲେ ଯିଏ ହତ୍ୟା କରିଛି ସିଏ ଧରା ପଡ଼ିବ । କିନ୍ତୁ ବିକ୍ରମ ପଣ୍ଡା ଦୋଷୀ ବୋଲି ଜଣାପଡ଼ିବା ପରେ ଆଶ୍ଚର୍ଯ୍ୟ ଲାଗିଲା' ।

'ଆମେ କେବେ ଭାବି ନଥିଲୁ ତାଙ୍କ ସାଙ୍ଗ ହତ୍ୟା କରିଦେବ । ଆମ ଜୀବନପ୍ରତି ବିପଦ ଅଛି, ଭୟରେ ଘର ଭିତରେ ରହୁଛୁ । ପୋଲିସ ତଦନ୍ତ ଉପରେ ଭରସା ଅଛି । ମୋ ସ୍ୱାମୀଙ୍କୁ ଯେମିତି ମାରିଛନ୍ତି ସେମିତି ଦଣ୍ଡ ମିଳୁ' ।

ସେପଟେ ପୀତବାସଙ୍କ ଭାଇ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁରା ପରିବାର ଭୟଭୀତ ଅଛୁ । ଟ୍ରୁ କଲରରେ ଗୋଟେ ନମ୍ବର ଭିକି ଅନ୍ୟ ନମ୍ବର ପରିମଳ ଦାସ ନାଁରେ ଆସିଥିବା କହିଛନ୍ତି ପୀତବାସଙ୍କ ଭାଇ ।

ଅଧିକ ପଢ଼ନ୍ତୁ:- ପିତାବାସଙ୍କ ହତ୍ୟାକାଣ୍ଡକୁ ନେଇ ଅଧିକ ଖବର ଜାଣିବାକୁ ଥିଲେ ଏହି ଲିଙ୍କରେ କ୍ଲିକ୍ କରନ୍ତୁ । 

ଅନ୍ୟପଟେ ପୀତବାସ ପଣ୍ଡାଙ୍କ ପାଇଁ ଲଢ଼ିବେ ୨୦୯ ଆଇନଜୀବୀ । ପୀତବାସ ପଣ୍ଡା ହତ୍ୟା ଘଟଣାରେ ତାଙ୍କ ତରଫରୁ ୨୦୯ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି । ବ୍ରହ୍ମପୁର SDJM କୋର୍ଟଙ୍କ ନିକଟରେ ଓକିଲାତିନାମା ଦାଖଲ କରିଛନ୍ତି । ପୂର୍ବରୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ୪୪ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି ।

ତେବେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ଏକ ମାସ ପୂରିଛି । ଆଉ ଏସବୁ ମଧ୍ୟରେ ବୁଧବାର ଗୁଳିକାଣ୍ଡ ସ୍ଥଳରେ ପୋଲିସ୍ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଛି । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ତାହା ପୋଲିସକୁ ଦେଖାଇଛନ୍ତି ।

କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍‌ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pitabash Panda Murder Case | Pitabas Panda Family Receiving Threat Calls | Argus News