Blackmail / ପୀତବାସ ହତ୍ୟାକାଣ୍ଡ ପଛରେ ବ୍ଲାକମେଲ, ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ରଖି ବ୍ଲାକମେଲ କରୁଥିଲେ ପୀତବାସ

Key Points
ହତ୍ୟାକାଣ୍ଡ ପଛରେ ବ୍ଲାକମେଲ
ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ରଖି ବ୍ଲାକମେଲ
ବ୍ଲାକମେଲ ପୀତବାସ ପଣ୍ଡା
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ ବ୍ଲାକମେଲ । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ରଖି କରୁଥିଲେ ବ୍ଲାକମେଲ କରୁଥିଲେ ପୀତବାସ । ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବତନ ବିଧାୟକଙ୍କ ଆପତ୍ତିଜନକ ଫଟୋ ଲିଙ୍କ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ ପୀତବାସଙ୍କ ପାଖେ ରହିଥିଲା । ତାହାକୁ ସର୍ବସାଧାରଣରେ ଭାଇରାଲ କରିଦେବେ ବୋଲି ପୀତବାସ ଧମକ ଦେଉଥିଲେ ।
ପୋଲିସ ତଦନ୍ତ ଅନୁସାରେ, ପୀତବାସ ପଣ୍ଡାଙ୍କ ଗୋଟିଏ ପେନ୍ଡ୍ରାଇଭ୍ ମିଳିଥିଲା । ସେହି ପେନ୍ ଡ୍ରାଇଭରେ କିଛି ଆପତ୍ତିଜନକ ଫଟୋ ଥିଲା । ସେହି ଫଟୋ ସର୍ବସାଧାରଣ କରିବାକୁ ପୀତବାସ ପଣ୍ଡା ଧମକ ଦେଉଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ କରିଛି । ସେପଟେ ପୀତବାସଙ୍କ ସ୍ତ୍ରୀ ପୋଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ପୀତବାସଙ୍କ ପଇତାରେ ଲାଗିଥିବା ଗୋଟିଏ ଚାବି ପୋଲିସ ଦେଇଥିଲା । ସେହି ଚାବି ପୀତବାସଙ୍କ ଆଲମାରୀର ସିକ୍ରେଟ୍ ଚାମ୍ବରର ଥିଲା । ସିକ୍ରେଟ୍ ଚାମ୍ବର ଖୋଲି ତାହାର ତଲାସି ନେବା ସମୟରେ ଗୋଟିଏ ଲଫାଫା ଭିତରେ ବିକ୍ରମଙ୍କର ଚାରୋଟି ଆପତ୍ତିଜନକ ଫଟୋ ସହ ଏକ ପେନ୍ଡ୍ରାଇ ମିଳିଥିଲା। ପେନ୍ଡ୍ରାଇଭ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା। ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଜଣେ ଆଇନଜୀବୀ ପୋଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ ପୀତବାସ ଏବଂ ବିକ୍ରମ ପଣ୍ଡା, ମଳୟ ଓ ମଦନ ଦଳେଇ ମଧ୍ୟରେ କେମିତି ଶତ୍ରୁତା ଲାଗି ରହିଥିଲା ସେ ପୁଲିସ ନିକଟରେ ପ୍ରକାଶ କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୪ ତାରିଖରେ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୧୬ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତି ୧୦ରେ ବୈକୁଣ୍ଠନଗର ଛକରେ ଘର ଆଗରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୁଲିସ ଚାର୍ଜସିଟ୍ ଅନୁସାରେ ଏହା ପୂର୍ବରୁ ସେପ୍ଟେମ୍ବର ୧୦ ଏବଂ ୧୪ ତାରିଖରେ ପୀତବାସଙ୍କୁ ହତ୍ୟା କରିବାକୁ ଆସି ଅଭିଯୁକ୍ତମାନେ ନିରାଶ ହୋଇଥିଲେ । ଚାର୍ଜସିଟ୍ରେ ଆଉ ଏକ ନୂଆ କାରଣ ଯୋଡ଼ିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଆଇନଜୀବୀ ଦୀପକ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ପୁଲିସ ଯେଉଁ ସ୍କ୍ରିପ୍ଟ ଲେଖିଛି ତାହା ସତ କି ମିଛ କୋର୍ଟ ବିଚାର କରିବେ । ପୀତବାସ ପଣ୍ଡା କିଛି ଆପତ୍ତିଜନକ ଫଟୋ ସାର୍ବଜନୀନ କରିବାକୁ ଧମକାଉଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି । ତେବେ ଏହାର ସତ୍ୟତା କୋର୍ଟରେ ବିଚାରଣା ସମୟରେ ଜଣାପଡିବ ।
📱 Get Argus News App
✨Related Topics
Explore more stories