Pitabas Panda Case / ପୀତବାସ ହତ୍ୟା - ଆଉ ଜଣେ ଅଭିଯୁକ୍ତ ଗିରଫ

Key Points
ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ
୧୪ରେ ପହଞ୍ଚିଲା ଗିରଫ ସଂଖ୍ୟା
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ । ବିହାରୀ ସୁଟରଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଶୂନ୍ୟ ଦାସଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ନିଜ ଅଳକାପୁରୀ ଘରେ ବିହାରୀ ସୁଟରଙ୍କୁ ଆଶ୍ରୟ ଦେଇଥିଲେ ଶୂନ୍ୟ ଦାସ । କର୍ପୋରେଟର ମଳୟ ବିଷୋୟୀଙ୍କ କଥାରେ ସୁଟରଙ୍କୁ ଆଶ୍ରୟ ଦେଇଥିଲେ ଣୂନ୍ୟ ଦାସ । ଗତ ୬ ତାରିଖ ସନ୍ଧ୍ୟାରେ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ପିତବାସଙ୍କୁ ହତ୍ୟା କରିବା ପାଇଁ ଆସିଥିବା ବିହାରୀ ସୁଟର ପ୍ରଥମେ ରେକି କରିଥିଲେ । ତେବେ ଏହି ବିହାରୀ ସୁଟରଙ୍କୁ ଘରେ ରଖିଥିବା ଅଭିଯୋଗରେ ଶୂନ୍ୟ ଦାସକୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୪ରେ ପହଞ୍ଚିଛି ।
ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ଗିରଫ ହେଉଛନ୍ତି । ତଦନ୍ତରୁ ଜଣାପଡ଼ିଛି ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡଯନ୍ତ୍ର କରିଥିଲେ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡଯନ୍ତ୍ରର ବ୍ଲୁ-ପ୍ରିଣ୍ଟ ଅଙ୍କା ଯାଇଥିଲା । ସେପ୍ଟେମ୍ବର ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ୍ ଉମା । ମାତ୍ର ବିହାରରୁ ଆସିଥିବା ସୁଟର, ପତ୍ନୀଙ୍କ ଦେହ ଖରାପ ଖବର ଆସିବାରୁ ବିହାର ଫେରିଯାଇଥିଲା । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନଥିଲା ।
ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ । ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ । ବନ୍ତପଲେଇରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଠିକ୍ କଲେ ଉମା ବିଷୋୟୀ । ଉଭୟ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇ ରହିଲେ । ସେଠାରେ ରହି ସେମାନେ ପୁଣି ଆଉ ଥରେ ରେକି କଲେ । ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ମାରିବ ତାଙ୍କୁ ୫ ଲକ୍ଷ ଦିଆଯିବ ।
ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ଗୁଳି କରାଯାଇଥିଲା । ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ସେଠାରୁ ସିଧା ରାମେଶ୍ବରମ ଅଭିମୁଖେ ଯାଇଥିଲେ । ଗାଡ଼ିଟି ଛାଡ଼ି ପୁରୀ ପଳାଇ ଯାଇଥିଲେ । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା । ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି ବୋଲି ବ୍ରହ୍ମପୁର ଏସ୍ପି କହିଥିଲେ ।
📱 Get Argus News App
✨Related Topics
Explore more stories