Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୋଜନା ଏଠି ଆକାଶ କଇଁଆ ଚିଲିକା ମାଛ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଯୋଜନା ଏଠି ଆକାଶ କଇଁଆ ଚିଲିକା ମାଛ

ନବରଙ୍ଗପୁର ବାଲେଙ୍ଗା ପଞ୍ଚାୟତର ଚଚରାଗୁଡା । ଆଜିବି ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ପାହାଡୀ ଗାଁ। | ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ। ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏହି ଗାଁଟି କଥିତ ସଭ୍ୟତା ଠାରୁ ବହୁ ପଛରେ ପଡିଯାଇଛି | ଗାଁ କୁ ନାହିଁ ରାସ୍ତା, ଦେଖୁ ନାହାନ୍ତି ମାଟି ରାସ୍ତା ତାହା ପୁଣି ଖାଲ ଖମା ଆବୁଡ଼ା ଖାବୁଡା ହୋଇ ପଡିଛି l ରାସ୍ତା ମଧ୍ୟରେ ନାଳ ସୃଷ୍ଟି ହେବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି l ଏହି ରାସ୍ତା ଦେଇ ସତରେ କଣ ଜାନାବାହାନା ଯାଇପାରିବ l ଦିନ ବୋଲି କଷ୍ଟେ ମଷ୍ଟେ ଚଳି ଯାଉଛି ବର୍ଷା ଦିନ କଥା ନକହିବା ଭଲ। ଗାଁକୁ ଆମ୍ବୁଲାନ୍ସ ଆସିବା ଦୁରକଥା ଗୋରୁଗାଇବି ଯାତାୟତ କରିବା କଷ୍ଟକର l

ଗାଁରେ ପାନୀୟ ଜଳର ବି ଘୋର ଅସୁବିଧା । ମେଗା ପାନୀୟ ଜଳ ସଂଯୋଗ ଆଜିବି ହୋଇପାରିଲା ନାହିଁ l ଜଳ ଯୋଗାଣ ପାଇଁ ଗୋଟିଏ ନଳକୂପ ସହ ଗୋଟିଏ ସୋଲାର ବରୱେଲ ରହିଛି । ମାତ୍ର ସେଥିରୁ ଝିରିଝିରି ହୋଇ ସ୍ୱଳ୍ପ ପାଣି ବାହାରୁଛି। ଫଳରେ ଅଞ୍ଚଳବାସୀଙ୍କୁ ନିଅଣ୍ଟ ପଡୁଛି ପାଣି l ଫଳରେ ପାଣି ପାଇଁ ଲାଇନ ଲାଗିବା ସହ ମହିଳା ମାନଙ୍କ ମଧ୍ୟରେ ଝଗଡା ବି ହେଉଛି l ଗାଁରେ ଇନ୍ଦ୍ରାବାସ ଯୋଜନା ବି ସାତ ସପନ। ଗୋଟିଏ ଦୁଇଟି ଘର ଛାଡି ଦେଲେ ବାକି କାହାକୁ ଏଠାରେ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇନାହିଁ l ବିକାଶ ଅପେକ୍ଷାରେ `ଚଚରାଗୁଡା'। କାହିଁକିନା ରାସ୍ତା , ପାଣି, ଘର ଏଠାରେ ନିତାନ୍ତ ଆବସ୍ୟକ। ଆଉ ଏଥିପାଇଁ ଆବସ୍ୟକ ଯୋଜନାର ସଠିକ ରୂପାନ୍ତି କରଣ।

ସେହିପରି ଦୁର୍ଗମରେ ପାନୀୟ ଜଳର ଉତ୍କଟ ସଙ୍କଟ। ଜଳ ଭାବେ ଜହର ପିଉଛନ୍ତି ଦୁର୍ଗମବାସୀ। ଏହାର ବାସ୍ତବତା ବଖାଣୁଛି ଏହି ଦୃଶ୍ୟ। ଏ ଚିତ୍ର ହେଉଛି କଳାହାଣ୍ଡି ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ନିମପଡାର । ଆଦିବାସୀ ବହୁଳ ପଛୁଆ ଅଞ୍ଚଳ ଭାବେ ପରିଚିତ ଏହି ଗାଁରେ ବର୍ଷ ତମାମ ପିଇବା ପାଣି ଅସୁବିଧା ଲାଗି ରହେ। ଗାଁରେ ପିଇବା ପାଣି ଯୋଗାଣ ପାଇଁ ବ୍ୟବସ୍ଥା ନାହିଁ। ଫଳରେ ଗାଁଲୋକ ବିଲ ମଧ୍ୟରେ ଥିବା ଚୁଆ ପାଣିକୁ ବ୍ୟବହାର କରନ୍ତି। ପାଣି ଏମିତି ଦେଖିଲେ ଗୋରୁଗାଇବି ମୁହେଁ ଫେରାଇ ନେବେ। ମାତ୍ର ଜଳ ସଙ୍କଟ ହେତୁ ଏହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ।

ନିମପଡାରେ ବସବାସ କରନ୍ତି ୨୦ ରୁ ଅଧିକ ପରିବାର । ଯେଉଁ ମାନଙ୍କ ପାଇଁ ପାଣି ଚିନ୍ତାର କାରଣ। ପାଣି ପାଇଁ ପିଇବା ଓ ଗାଧୋଇବାରେ ବହୁ ଅସୁବିଧା ସମ୍ମୁଖୀନ ହୁଅନ୍ତି ନିମପଡାବାସୀ l ପଡାରେ ରହିଛି ଗୋଟିଏ ନଳକୂପ। କିନ୍ତୁ ଏହି ପାଣି ବ୍ୟବହାର ଉପଯୋଗୀ ନୁହେଁ। ନଳକୂପରୁ ଲୁହା ଓ ପଥର ଗୁଣ୍ଡ ବାହାରୁଛି ତେଣୁ ଏହି ପାଣି ବ୍ୟବହାର ହୋଇ ପାରୁନି।

ଖାଲି ପାଣି କାହିଁକି ନିମପଡାରେ ଅନ୍ୟ ସମସ୍ୟା ମଧ୍ୟ ମାଳମାଳ। ମାତ୍ର ଏହି ସମସ୍ୟା ବିସୟରେ କେବେ ବୁଝିବାକୁ ଚେଷ୍ଟା କରି ନଥିଲେ ପୁର୍ବ ସରକାର ଫଳରେ ଆଜିବି ପାଣି ସମସ୍ୟାରେ ସନ୍ତୁଳି ହେଉଛନ୍ତି ନିମପଡାବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
plan failed in durgama | Argus News