Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ନୁଆ ସରକାରଙ୍କ ପ୍ରଥମ ଅଧିବେଶନ ଭଣ୍ଡୁର କରିବା ପାଇଁ ଯୋଜନା' 

Odisha

'ନୁଆ ସରକାରଙ୍କ ପ୍ରଥମ ଅଧିବେଶନ ଭଣ୍ଡୁର କରିବା ପାଇଁ ଯୋଜନା' 

Smruti Parija
Browse all articles by Smruti Parija
·1 year ago·1 min read
'ନୁଆ ସରକାରଙ୍କ ପ୍ରଥମ ଅଧିବେଶନ ଭଣ୍ଡୁର କରିବା ପାଇଁ ଯୋଜନା' 

ଭୁବନେଶ୍ୱର: ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ । ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା । ଗୃହ ବାରମ୍ବାର ମୁଲତବୀ । ଜିଦ୍‌ରେ ଅଟଳ ବିଜେଡି, ଆଉ କଂଗ୍ରେସ୍ । ପ୍ରସଙ୍ଗ ବଦଳାଇ କରୁଛନ୍ତି ଆଟାକ୍ । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ୍ । ବୁଧବାର ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ଏମିତିକି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ । ଏଘଟଣାକୁ ଗ୍ରହଣ କରିପାରୁ ନାହାଁନ୍ତି ବୁଦ୍ଧିଜୀବୀ । 

ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ

୨୪ବର୍ଷ ଶାସନ କରିବା ପରେ ବି ମୋହମାୟା ଛାଡି ପାରୁନାହିଁ ବିଜେଡି । ନୁଆ ସରକାରଙ୍କ ପ୍ରଥମ ଅଧିବେଶନ ଭଣ୍ଡୁର କରିବା ପାଇଁ ଯୋଜନା କରାଯାଇଛି । ଗୃହ ନଚାଲିବା ଫଳରେ ଅନେକ ବିଷୟରେ ଆଲୋଚନା ହୋଇପାରୁନାହିଁ । ଫଳରେ ରାଜ୍ୟବାସୀ ଅସନ୍ତୋଷ ରହୁଛନ୍ତି । ଯଥାଶୀଘ୍ର ଏପରି କାର୍ଯ୍ୟରୁ ବିରୋଧୀ କ୍ଷାନ୍ତ ରୁହନ୍ତୁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । 
ବିଧାନସଭାରେ ବିଜେଡିର ହଟଗୋଳକୁ ସାଧାରଣ ଲୋକେ ନିନ୍ଦା କରିଛନ୍ତି । ବିଜେଡି ହାରିବାକୁ ସହଜେ ଗ୍ରହଣ କରିପାରୁନି । ବିଗତ 25 ବର୍ଷରେ କରିଥିବା ଦୁର୍ନୀତିର ପୋଲ ଖୋଲିଯିବା ଭୟରେ ବିଧାନସଭାରେ ହଟଗୋଳ କରୁଛି ବିଜେଡି । ବିଜେଡି ଭାବୁଛି ଏବେବି ସରକାରରେ ଅଛି । ଯାହା ସାଧାରଣରେ ଏକ ଆଲୋଚନାର ବିଷୟ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plan to disrupt first session of new government | Argus News