Plane Crash / ରାଉରକେଲାରେ ଉଡ଼ାଣ ଭରିଲା ବେଳେ ଖସି ପଡ଼ିଲା ବିମାନ, ୬ ଗୁରୁତର

Key Points
ରାଉରକେଲା ସହର କଂସର ଅଞ୍ଚଳରେ ବିମାନ ଦୁର୍ଘଟଣା ।
ପାଇଲଟ୍ ସହ ୬ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ।
ରାଉରକେଲା ସହରର କଂସର ଅଞ୍ଚଳରେ ଘରୋଇ ବିମାନ କ୍ରାସ୍ । ପ୍ରଥମିକ ସୂଚନାନୁଯାୟୀ ବିମାନରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି ।
ରାଉରକେଲାରୁ ଭୁବନେଶ୍ଵର ଆସୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ରାଉରକେଲା ସହର କଂସର ଅଞ୍ଚଳରେ ବିମାନ ଦୁର୍ଘଟଣା ଘଟିଛି । ପାଇଲଟ୍ ସହ ୬ ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ରହିଛି । ସମସ୍ତ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଘରୋଇ ବିମାନ । ଉଡ଼ାଣ ବେଳେ ହଠାତ୍ ଖସିପଡ଼ିଲା ଘରୋଇ ବିମାନ । ରାଉରକେଲାରୁ ଭୁବନେଶ୍ଵର ଆସୁଥିବାବେଳେ ଦୁର୍ଘଟଣା ହୋଇଥିବା ସୂଚନା ।
ସୂଚନା ଥାଉ କି କ୍ଷିପ୍ରଗତିରେ ଆସିଲା ମାଟିରେ ପିଟି ହୋଇଗଲା । ପାଇଲଟ ବି ବିମାନକୁ ସମ୍ଭାଳିପାରିଲେ ନାହିଁ । ଭିତରେ ଚିତ୍କାର କରୁଥିଲେ ଯାତ୍ରୀ ମାନେ। ହେଲେ କେହି କିଛି ବୁଝିବା ଆଗରୁ ସବୁ କିଛି ସରି ଯାଇଥିଲା। ରାଉରକେଲାରେ ଘଟିଥିଲା ବର୍ଷ ଆରମ୍ଭରୁ ବଡ଼ ବିମାନ ଦୁର୍ଘଟଣା । ବିମାନଟି ପୁରା ଗୁଣ୍ଡ ହୋଇଯାଇଛି । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଏମିତି କିଛି ଦୁର୍ଘଟଣା ଘଟିଛି ରାଉରକେଲାରେ। ସମସ୍ତଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୬ ଜଣଙ୍କର ଅବସ୍ଥା ଏବେ ଗୁରୁତର ରହିଛି ।
ପାଇଲଟଙ୍କ ଠାରୁ ଆରମ୍ଭ କରି ଯାତ୍ରୀ ସମସ୍ତେ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତ୍ୟୁକୁ ନେଇ କୌଣସି ସୂଚନା ମିଳିପାରି ନାହିଁ । ପୁରା ବିମାନଟି ଗୁଣ୍ଡ ହୋଇ ଯାଇଛି। ଅବତରଣ ବେଳେ ଘଟିଛି ଏମିତି ଦୁର୍ଘଟଣା ଘଟିଛି । ମୁହଁକୁ ମାଡ଼ି ମାଟିରେ ପିଟି ହୋଇଛି ବିମାନ ।
ସୂଚନା ମୁତାବକ ରାଉରକେଲା ସହର କଂସର ଅଞ୍ଚଳରେ ବିମାନ ଦୁର୍ଘଟଣା ଘଟିଛି । ଏହି ବିମାନଟି ରାଉରକେଲାରୁ ଭୁବନେଶ୍ଵର ଆସୁଥିଲା । କିନ୍ତୁ ମଝି ରାସ୍ତାରେ ବିମାନରେ କିଛି ତୃଟି ପରିଲକ୍ଷିତ ହୋଇଥିଲା। ଯାହାପରେ ବିମାନକୁ ପାଇଲଟ ଏକ ବିଲ ମଝିରେ ଅବତରଣ କରିବାକୁ ଚାହିଁଥିଲେ । କିନ୍ତୁ ଅବତରଣ ବେଳେ ପାଇଲଟ ବିମାନକୁ ସମ୍ଭାଳିପାରି ନଥିଲେ। ଯାହାକୁ ନେଇ ହୋଇଗଲା ଏତେ ବଡ଼ ଦୁର୍ଘଟଣା। ଓଡ଼ିଶାରେ ବର୍ଷ ଆରମ୍ଭର ପ୍ରଥମ ଦୁର୍ଘଟଣା।
ପାଇଲଟ୍ ସହ ୬ ଯାତ୍ରୀ ଗୁରୁତର ହୋଇଥିବା ସୂଚନା। ସମସ୍ତ ଗୁରୁତର ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କଣ ପାଇଁ ଏହି ଦୁର୍ଘଟଣା ଘଟିଲା ଜଣା ପଡ଼ି ନାହିଁ। ପାଇଲଟଙ୍କୁ ପଚାରାଉଚରା ପରେ ଜଣାପଡ଼ିବ ଦୁର୍ଘଟଣାର ପ୍ରକୃତ କାରଣ ।
📱 Get Argus News App
✨Related Topics
Explore more stories