Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିରରେ ଆହୁରି ଶୃଙ୍ଖଳିତ ହେବ ଶ୍ରୀଜୀଉଙ୍କ ଦର୍ଶନ- ପୃଥ୍ବୀରାଜ ହରିଚନ୍ଦନ 

Odisha

ଶ୍ରୀମନ୍ଦିରରେ ଆହୁରି ଶୃଙ୍ଖଳିତ ହେବ ଶ୍ରୀଜୀଉଙ୍କ ଦର୍ଶନ- ପୃଥ୍ବୀରାଜ ହରିଚନ୍ଦନ 

Smruti Parija
Browse all articles by Smruti Parija
·1 year ago·1 min read
ଶ୍ରୀମନ୍ଦିରରେ ଆହୁରି ଶୃଙ୍ଖଳିତ ହେବ ଶ୍ରୀଜୀଉଙ୍କ ଦର୍ଶନ- ପୃଥ୍ବୀରାଜ ହରିଚନ୍ଦନ 

ପୁରୀ:  ଶ୍ରୀମନ୍ଦିରରେ ଆହୁରି ଶୃଙ୍ଖଳିତ ହେବ ଶ୍ରୀଜୀଉଙ୍କ ଦର୍ଶନ । ଏଥିପାଇଁ ମାର୍ଗଶୀର ମାସରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏହାର ଡିଜାଇନ ଆରମ୍ଭ ହୋଇଛି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭକ୍ତମାନେ ଯେପରି ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ, ସେଭଳି ଏକ ବ୍ୟବସ୍ତା କରାଯାଉଛି । ଏହି ବ୍ୟବସ୍ଥାରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ ।

 ସେପଟେ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ତର୍ଜମା ଏବଂ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ହବିଷ୍ୟାଳିଙ୍କ ଦର୍ଶନ ସାରି କିପରି ଘରକୁ ଫେରିବେ ତାହାର ଦାୟିତ୍ବ ରାଜ୍ୟ ସରକାର ନେବେ। କୌଣସି ସମସ୍ୟା ହେଲେ ତାର ସମାଧାନ ହେବ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଖୁବଶୀଘ୍ର ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plans to make Jagannath darshan more disciplined-very-soon-said-law-minister | Argus News