Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

Key Points

ଜୁଲାଇ ୧୫ରୁ ଆରମ୍ଭ ହେବ +୩ ପ୍ରଥମ ବର୍ଷ ପାଠପଢ଼ା
୧୬ ଏପ୍ରିଲରୁ ଆରମ୍ଭ ହୋଇଛି +୩ ଆବେଦନ
ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । 16 ଏପ୍ରିଲରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ଯେ ପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଗତବର୍ଷ ଆଡ଼ମିଶନ ପ୍ରକ୍ରିୟା ଶେଷ କରିବାକୁ ଡିସେମ୍ବର ହୋଇଯାଇଥିଲା ।


ତେଣୁ ଏଥର ଶୀଘ୍ର ନାମଲେଖା କରି ଜୁନ୍‌ରେ ସିଟ୍ ଆଲୋକେଶନ ଏବଂ ଜୁଲାଇ ୧୫ରୁ ପାଠପଢ଼ା ଆରମ୍ଭ ହେବ । ସେଥିପାଇଁ ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠିକ୍ ସମୟରେ ସବୁ ଶେଷ କରିବାକୁ ହେଲେ ପ୍ରକ୍ରିୟାକୁ ତ୍ୱରିତ କରିବାକୁ ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plus 3 first year classes will start from July 15th | Argus News