Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମେ' ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

Odisha

ମେ' ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

Rashmita Mishra
Browse all articles by Rashmita Mishra
·1 year ago·2 min read
ମେ' ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ମେ' ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା । ପରେ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ହେବ । ଖାତା ଦେଖା ପାଇଁ ୭୮ଟି ଅଫଲାଇନ୍, ୭୦ଟି ଅନଲାଇନ୍ କେନ୍ଦ୍ର ହୋଇଛି । ଖାତା ମୂଲ୍ୟାଙ୍କନ ପାଇଁ ୧୬ ହଜାର ଅଧ୍ୟାପକ ନିୟୋଜତ ହୋଇଛନ୍ତି । ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଡ଼ଃ ପ୍ରଶାନ୍ତ ପରିଡା ।

ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ । ଖାତା ଦେଖିବା ପାଇଁ ରହିଥିବା ଶିକ୍ଷକଙ୍କ ଉପରେ ରହିବ କଡ଼ା ନଜର । ପରୀକ୍ଷା ସରିଥିବାବେଳେ ମୋଟ ୩୦୦ ଜଣ ବିଦ୍ୟାର୍ଥୀ କପି କରି ଧରା ପଡିଛନ୍ତି । ଅତ୍ୟଧିକ ଖରା ଯୋଗୁଁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁନଥିବାରୁ ଖାତାଦେଖା କେନ୍ଦ୍ର ବଢ଼ାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି ।

ଏକ୍‌ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି । ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖିବେ ଶିକ୍ଷକ । ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ ଶିକ୍ଷକ । ତେବେ ମେ‘ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।

ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି । ତେବେ ଏଥର ମାଲ ପ୍ରାକ୍ଟିସ୍‌ ବା ଏମ୍‌ପିରେ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପାଇଁ ବଡ଼ ଆଶ୍ୱସ୍ତିର ଖବର ମିଳିଛି । କୌଣସି ଭୁଲ ନଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମ୍‌ପିରେ ବୁକ୍‌ ହୋଇଥିଲେ ବି ସେମାନଙ୍କ ଖାତାକୁ ବିଚାରକୁ ନେଇ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକା ସାଙ୍ଗରେ ପ୍ରକାଶ ପାଇବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
plus-two-exam-results-to-be-announced-by-may-15th | Argus News