ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ

Key Points
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ
ଅପରାହ୍ନ ୪ଟାରେ ଫଳାଫଳ ବାହାରିବା ନେଇ CHSE ପକ୍ଷରୁ ସୂଚନା ।
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ । ଅପରାହ୍ନ ୪ଟାରେ ଫଳାଫଳ ବାହାରିବା ନେଇ CHSE ପକ୍ଷରୁ ସୂଚନା । ଏକସଙ୍ଗେ ପ୍ରକାଶ ପାଇବ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଫଳାଫଳ । ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳକୁ results.odisha.gov.in କିମ୍ବା results.digilocker.gov.in ୱେବସାଇଟ୍ ମାଧ୍ୟମରେ ଘୋଷଣାର ଏକ ଘଣ୍ଟା ପରେ ଜାଣିପାରିବେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଫଳାଫଳ ଘୋଷଣାର ଘଣ୍ଟାଏ ପରେ SAMS e-spaceରୁ ସେମାନଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟାବୁଲେସନ୍ ରେଜିଷ୍ଟ୍ରାର ପାଇପାରିବେ।
ଯାହାକି ପିଲାମାନଙ୍କର ୨୦୨୫ ମସିହା ତତ୍କାଳ ପରୀକ୍ଷା ବା ଇନଷ୍ଟାଣ୍ଟ examର ଫର୍ମ ଫିଲଅପ୍ ପାଇଁ ସହାୟକ ହେବ । ଚଳିତ ବର୍ଷ ୩ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି।