Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ପିଏମଙ୍କ ଆଲୋଚନା

Odisha

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ପିଏମଙ୍କ ଆଲୋଚନା

Rashmita Mishra
Browse all articles by Rashmita Mishra
·1 year ago·3 min read
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ପିଏମଙ୍କ ଆଲୋଚନା

Key Points

  • ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ପିଏମଙ୍କ ଆଲୋଚନା
  • ଉଭୟ ସରକାର ଏବଂ ସଂଗଠନର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
  • 2036 ସୁଦ୍ଧା ଓଡିଶାକୁ 1 ନମ୍ବର ରାଜ୍ୟ କରିବାକୁ ଲକ୍ଷ୍ୟ
  • ନେତା, ମନ୍ତ୍ରୀ, ସାଂସଦଙ୍କୁ ମୋଦିଙ୍କ ଗୁରୁମନ୍ତ୍ର
  • ଗୁଜରାଟ ମଡେଲ ଭଳି ଓଡିଶାରେ ହେବ ବିକାଶ
  • ଥିଓରି ନୁହେଁ ପ୍ରାକ୍ଟିକାଲ ପାଠ ପଢ଼ାଇଲେ ମୋଦି  

ଅର୍ଗସ ବ୍ୟୁରୋ: ଶୁକ୍ରବାର ରାତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ଅଢେଇ ଘଣ୍ଟା ଧରି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ପିଏମ୍ । ଉଭୟ ସରକାର ଏବଂ ସଂଗଠନର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା 2036ରେ ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ 100 ବର୍ଷ ପାଳନ କରିବ ।  2036 ସୁଦ୍ଧା ଓଡ଼ିଶାକୁ 1 ନମ୍ବର ରାଜ୍ୟ କରିବା ପାଇଁ ଆଜିଠାରୁ ବିଧାୟକ ସାଂସଦ ମାନେ ଲକ୍ଷ୍ୟ ରଖନ୍ତୁ । 2036 ସୁଦ୍ଧା ଓଡ଼ିଶାକୁ ବିକାଶ କରିବାର ଲକ୍ଷ୍ୟ ସର୍ବାଗ୍ରେ । ଏବେ ଠୁ ସେଥିପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଲେ ମୋଦି । ଯେଉଁଥିପାଇଁ ପ୍ରତ୍ୟେକ ସ୍ତରରେ ଚର୍ଚ୍ଚା, ଆଲୋଚନା, ଚିନ୍ତନ କରିବାର ଆବଶ୍ୟକତା ଅଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଜୋଶ ଭରିଲେ ପ୍ରଧାନମନ୍ତ୍ରୀ ମୋଦି । ସମୟ କ୍ରମେ ଓଡ଼ିଶାରେ ତିନି ନମ୍ବର ଦଳରୁ ଏକ ନମ୍ବର ଦଳରେ ପରିଣତ ହୋଇଛି ବିଜେପି । ଶାସନକୁ ଆସିବା ପରେ ବିଜେପିର ଦାୟିତ୍ଵ ବଢିଛି । ଲୋକ ମାନଙ୍କ ପାଇଁ କର୍ତ୍ତବ୍ୟବୋଧ ବଢିଛି । କହିବା ଅପେକ୍ଷା କାମ କରିବାରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଲେ ମୋଦି । ଓଡ଼ିଶାର ବିକାଶ ପାଇଁ ଥିବା ଆହ୍ଵାନ ଦଳର ପ୍ରାଥମିକତା । 

ଗୁଜୁରାଟ କଥା କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଥିବା ବେଳେ କିପରି ଜଳ ସମସ୍ୟାକୁ ଦୂର କଲେ ସବୁ କ୍ଷେତ୍ରରେ ବିକାଶ କଲେ ସେକଥା କହିଥିଲେ । ଗୁଜୁରାଟ ଠାରୁ ଓଡିଶାକୁ ଆହୁରି ଅଧିକ ବିକାଶ କରାହେବ । ....ମୋଦିଙ୍କ ପରାମର୍ଶ, ବ୍ୟକ୍ତିଗତ କଥା ନଭାବି ସମାଜ ଓ ରାଷ୍ଟ୍ର ହିତରେ କାମ କର । ଭବିଷ୍ୟତ କି ଅତୀତ ନୁହେଁ, ବର୍ତ୍ତମାନକୁ ନେଇ କାର୍ଯ୍ୟ କର। ଜଣେ ବିଧାୟକ କିମ୍ବା ସାଂସଦ ଯେତେବେଳେ ନିର୍ବାଚିତ ହୋଇଥାଏ, ସେ ସମୟରେ ଅନେକ ଲୋକ ପାଖକୁ ଆସିବେ । କିନ୍ତୁ ନିର୍ବାଚନ ହାରିବା ପରେ ସେ ଲୋକ ଆଉ ଆସିବେ ନାହିଁ । ଯେମିତି ଝିଅ ବାହା ହେଲା ପରେ ନୂଆ ବୋହୁ ଭାବେ ଦାୟିତ୍ଵ ବଢିଯାଇଥାଏ । ସମସ୍ତଙ୍କ ନଜର ବୋହୁର କାର୍ଯ୍ୟକଳାପ ଉପରେ ଥାଏ । ସେମିତି ଜଣେ ନେତା ନିର୍ବାଚିତ ହେବା ପରେ ସେ ନିର୍ବାଚନ ମଣ୍ଡଳୀର ନଜର ସେହି ବିଧାୟକ କିମ୍ବା ସାଂସଦଙ୍କ ଉପରେ ରହିବ । ବିଧାୟକ, ସାଂସଦଙ୍କ ଚାଲିଚଳଣ, ଆଚାର ବ୍ୟବହାର ଉପରେ ସମସ୍ତଙ୍କ ନଜର ଥାଏ । ସାଧାରଣ ଜୀବନ ବିତାଇବାକୁ ପଡ଼ିବ । ରାଷ୍ଟ୍ର ଓ ସମାଜ ପାଇଁ ସମର୍ପିତ ହେବାକୁ ପଡ଼ିବ । ବିଗତ ସରକାର କଣ କରିଥିଲା, ତାର ସମାଲୋଚନା କରିବା ପରିବର୍ତ୍ତେ ଆମ ସରକାର ଆଗାମୀ ଦିନରେ ଓଡ଼ିଶାକୁ କେମିତି ଆଗକୁ ନେବ ସେ ନେଇ କାମ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋଦି ନିଜ ଜୀବନରେ ଘଟିଥିବା ଘଟଣା ଗୁଡ଼ିକର ଦେଲେ ଉଦାହରଣ । ରାଜନୈତିକ, ସାମାଜିକ ଓ ସାଂଗଠନିକ ଦକ୍ଷତା ବୃଦ୍ଧି ଉପରେ ଦେଲେ ଗୁରୁତ୍ଵ । ପ୍ରଧାନମନ୍ତ୍ରୀ କହିଲେ କୌଣସି ଫାଇଲରେ ଦସ୍ତଖତ କଲା ବେଳେ ମୁଁ କେବଳ ପ୍ରଧାନମନ୍ତ୍ରୀ ବୋଲି ଭାବେ ଆଉ ସବୁ ସମୟରେ ସାଧାରଣ ଜୀବନରେ ସାମିଲ ରୁହେ । 

ଆଚରଣ, ଉଚ୍ଚାରଣ, ସାଙ୍ଗଠନିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା ପାଇଁ ମାର୍ଗ ଦର୍ଶନ କଲେ ମୋଦି । ଯେଉଁଠି ବିଜେପି ଥରେ ସରକାରକୁ ଆସିଲା ବାରମ୍ବାର ଆସୁଛି । ଭଲ ଶାସନ ଦେବା ଯୋଗୁଁ ଲୋକଙ୍କ ବିଶ୍ୱାସ ଆସୁଛି । 5 ମାସ ଭିତରେ ଯାହା କରିଛୁ 24 ବର୍ଷ ରେ ହୋଇନଥିଲା । ଯାହା କହିଥିଲୁ ତାହା କରୁଛୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୈଠକ ସମ୍ପର୍କରେ ମୋଦି ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି ଯେ ଓଡ଼ିଶାରେ ଦଳକୁ ଆହୁରି ସୁଦୃଢ଼ କରିବାକୁ ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେଲା। ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ ଜାରି ରହିବ। ବୈଠକରେ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ୍ ଓରାମ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉଷେଣ୍ଡିଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପ୍ରଦାଧିକାରୀମାନେ ଉପସ୍ଥିତ ଥିଲେ ।

Argus Whatsapp Channel Mobile Top
Sponsored
PM interacts with party leaders and workers at BJP state office | Argus News