Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଟୁରିଷ୍ଟ ନୁହଁନ୍ତି, ତାମିଲ ବାବୁ ଓଡ଼ିଶାରେ ଟୁରିଷ୍ଟ

Ritu Das
Browse all articles by Ritu Das
·2 years ago·4 min read
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଟୁରିଷ୍ଟ ନୁହଁନ୍ତି, ତାମିଲ ବାବୁ ଓଡ଼ିଶାରେ ଟୁରିଷ୍ଟ

ଅର୍ଗସ ବ୍ୟୁରୋ: ଓଡ଼ିଶା କ୍ୟାଡର ନୁହେଁ ପଞ୍ଜାବ କ୍ୟାଡରର ଅଫିସର ଥିଲେ ବିଜେଡିର ନୂଆ ନେତା ସାଜିଥିବା ସରକାରୀ ବାବୁ । ବାହାହେବା ପରେ କ୍ୟାଡର ବଦଳି କରି ଓଡ଼ିଶାକୁ ଆସିଥିଲେ ଚାକିରୀ କରିବା ପାଇଁ । ଏବେ ମୁଖ୍ୟମନ୍ତ୍ରୀଙ୍କର ଗୁମାସ୍ତାଭାବେ ଓଡ଼ିଶା ଲୋକଙ୍କୁ ଶାସନ କରିବାର ଦୁଃଶାହସ କରୁଛନ୍ତି । ଅଣଓଡ଼ିଆ ହୋଇ ଓଡିଆର ପରିଚୟ ଖୋଜୁଛ । ଯଦି ଓଡ଼ିଆ ହେବାକୁ ଇଛା ଅଛି ତାହାଲେ ନିଜର ସାଜ୍ଞା ‘ପାଣ୍ଡିଆନ’କୁ ବଦଳାଇ ରାଉତ କରିଦିଅନ୍ତୁ ।

ଅଣଓଡ଼ିଆ ବାବୁଙ୍କର ଗର୍ବ, ଆସ୍ଫାଳନ, ଅହଂକାର ଏତେ ବଢ଼ିଯାଇଛି ଯେ,  ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟାନ୍ୟ ଜାତୀୟ ନେତାମାନଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରୁଛନ୍ତି । ଯେଉଁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଜି ଭାରତ ସାରା ବିଶ୍ୱରେ ବନ୍ଦନୀୟ, ସମଗ୍ର ଭାରତୀୟଙ୍କର ହୃଦୟର ସ୍ପନ୍ଦନ, ଏକ ବିଶାଳ ଗଣତନ୍ତ୍ରର ନେତା ତାଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରିବା ରାଜନୈତିକ ଶାଳୀନତା ଓ ସିଷ୍ଟାଚାରର ଘୋର ଅଭାବ ବୋଲି ଭାବିବାକୁ ହେବ । ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟୁରିଷ୍ଟ ନୁହଁନ୍ତି, ଯେଉଁ ସରକାରୀ ବାବୁ ଏଠାରେ ଚାକିରି କରିବାକୁ ଆସିଥିଲେ ସେ ହେଉଛନ୍ତି ଓଡ଼ିଶାରେ ଟୁରିଷ୍ଟ । 

୨୫ବର୍ଷ ହେଲା ଓଡ଼ିଶାରେ ବହୁ ଟୁରିଜିମ୍ କରିସାରିଲଣି ଏବେ ସମୟ ଆସିଛି ସ୍ୱାଭିମାନୀ ଓଡ଼ିଆମାନେ ଟିକେଟ୍ କାଟି ତାମିଲନାଡୁକୁ ରାସ୍ତା ଦେଖାଇଦେବେ । ତୁମର ଯଦି ତାକତ ଅଛି ତାହାଲେ ତୁମ ରାଜ୍ୟ ତାମିଲନାଡୁର ଏକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ି ଜିତିକି ଦେଖାଇଦିଅ । ଓଡ଼ିଶା ତୁମର ନୁହେଁ, ଓଡ଼ିଆ ମାଟି ଓ ଓଡ଼ିଶା ଓଡ଼ିଆଙ୍କ ଦ୍ୱାରା ଶାସିତ ହେବ । ଓଡ଼ିଆ ନେତାଙ୍କୁ ଦମ୍ ଅଛି, ତାକତ୍ ଅଛି ବୋଲି କହି ଅପମାନିତ କରିବାର ଜବାବ ଓଡ଼ିଆ ଭୋଟରମାନେ ଆଗାମୀ ଦିନରେ ଇଭିଏମ୍ ମେସିନ୍‌ରେ ଦୁଇଟି ପଦ୍ମରେ ବଟମ ଚିପି ଦେଖାଇଦେବେ ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି?

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ,  ବିଜେପିର ବିପୁଳ ବିଜୟ ଜାଣିବା ପରେ ଓଡ଼ିଶାରେ ବିଜେଡି ରକ୍ତମୁଖା ହୋଇଛି। ବିଜେଡିର ନିଶ୍ଚିତ ପରାଜୟରେ ବ୍ୟତିବ୍ୟସ୍ତ ହୋଇ ଗତ ୧୩ ତାରିଖ ନିର୍ବାଚନ ସରିବା ପରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଯୋଜନାବଦ୍ଧଭାବେ ଆକ୍ରମଣ କରାଗଲା । ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ତାରିଖରେ ଦ୍ୱିତୀୟ ଦଫା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ହିଞ୍ଜିଳି ସମେତ ଅନ୍ୟ ୬ଟି ନିର୍ବାଚନ ମଣ୍ଡଳୀରେ ଶ୍ରୀ ପାଣିଗ୍ରାହୀଙ୍କର ପ୍ରଚାର କାର୍ଯ୍ୟକ୍ରମ ଥିଲା । ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେଡି ଚକ୍ରାନ୍ତ କରି ଏକ ସ୍ୱାଧିନ ପ୍ରାର୍ଥୀଙ୍କ ଦ୍ୱାରା ଶ୍ରୀ ପାଣିଗ୍ରାହୀଙ୍କ ଉପରେ ଅତ୍ୟନ୍ତ ବର୍ବରୋଚିତ ଭାବେ ଆକ୍ରମଣ କରି ଜୀବନରୁ ମାରି ଦେବା ପାଇଁ ଯୋଜନା କରିଥିଲା । ଶ୍ରୀ ପାଣିଗ୍ରାହୀଙ୍କର ଛାତିର ପଞ୍ଜରା ହାଡ ଭାଙ୍ଗି ଯାଇଛି, ଫୁସ୍‌ଫୁସ୍‌ରେ ରକ୍ତସ୍ରାବ ହୋଇ ସେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହାନ୍ତି କି କଥା ମଧ୍ୟ କହିପାରୁ ନାହାନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି । 

ଶ୍ରୀ ପାଣିଗ୍ରାହୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ବିଭିନ୍ନ ଦପ୍ତରକୁ ପୂର୍ବରୁ ଜଣାଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ପ୍ରଶାସନୀକ  ଅଧିକାରୀରୁ ନୂଆ ନେତା ବୋଲାଉଥିବା ବିଜେଡିର ୨ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ବିଜେଡି ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଚାଲିଛି । ସେହିପରି ଗତକାଲି ବିଜେପି କାର୍ଯ୍ୟକର୍ତା ଖଲ୍ଲିକୋଟର ଦିଲୀପ ପାହାନାଙ୍କୁ ଅତ୍ୟନ୍ତ ନିର୍ମମଭାବେ ହତ୍ୟାକଲେ ବିଜେଡି କର୍ମୀ । ଏନେଇ ବିଜେପିର କର୍ମମାନେ ଖଲ୍ଲିକୋଟ ଥାନା ଆଗରେ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି କଲାବେଳେ ଲାଠି ଚାର୍ଜ କଲା ପୋଲିସ ।

 ସେହିପରି ଟିଟିଲାଗଡର ବିଧାୟକ ପ୍ରାର୍ଥୀ ନବୀନ ଜୈନ ପ୍ରଚାର କାର୍ଯ୍ୟ କରୁଥିବାବେଳେ ତାଙ୍କ ଉପରେ ମଧ୍ୟ ଅତି ନିର୍ମମଭାବେ ଆକ୍ରମଣ କରାଯାଇଛି । କଟକ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବ ସର୍ବେଶ୍ବର ମନ୍ଦିର ପାଖରେ ପ୍ରଚାର କରୁଥିବାବେଳେ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି । ଚିକିଟିଠାରେ ମଧ୍ୟ ହିଂସାକାଣ୍ଡ ଘଟାଇଛନ୍ତି ବିଜେଡି କର୍ମୀ । ବିଜେଡିର ଏଭଳି ଅମାନୁଷିକ କାର୍ଯ୍ୟର ଦୃଢ଼ ଜବାବ ଦେବେ ଓଡ଼ିଶାବାସୀ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘ ୨୫ବର୍ଷ ବିଜେଡି ଶାସନରେ ରହିବା ପରେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ବିକାଶ କରିବାରେ ଓ ହିଂସା ରୋକିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସବୁଠୁ ଅଧିକ ଜଂଘନ୍ୟ ଅପରାଧ, ହତ୍ୟା, ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା ଘଟିଛି ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ । ସାରା ଗଞ୍ଜାମ ଜିଲ୍ଲା ଅପରାଧୀମାନଙ୍କ ଚରାଭୂମି ପାଲଟିଛି । ମୁଖ୍ୟମନ୍ତ୍ରୀ ୨୫ବର୍ଷ ଶାସନ ଭିତରେ ୨୫ଥର ହିଞ୍ଜିଳି ଯାଇନଥିବେ । ହିଞ୍ଜିଳିରେ ନବୀନ ବାବୁ ହିଁ ଟୁରିଷ୍ଟ । ନିଜ ନେତାଙ୍କୁ ଟୁରିଷ୍ଟ ନଡାକି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ କହିବା ଧ୍ରୁଷ୍ଟତା ଯୋଗୁଁ ତାମିଲବାବୁଙ୍କୁ ଆଗାମୀ ଦିନରେ ପରିଣାମ ଭୋଗିବାକୁ ପଡିବ ।

ଏବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ କଂଟାବାଞ୍ଜିରୁ ହାରିବା ସୂଚନା ପାଇସାରିଲେଣି । ତାଙ୍କ ଇଟେଂଲିଜେନ୍ସବାଲା ଏକଥା କହୁଛନ୍ତି, ବିଜେଡି କର୍ମୀ ମଧ୍ୟ ଆଲୋଚନା କଲେଣି ମୁଖ୍ୟମନ୍ତ୍ରୀଙ୍କର ଡବଲ ଡିଫି୍‌ଟ ହେବ । ଯେଉଁଭଳି ତାଙ୍କ ପିତା ସ୍ୱର୍ଗୀୟ ବିଜୁ ବାବୁ ୫ଟି ନିର୍ବାଚନ ମଣ୍ଡଳୀରୁ ଏକସଙ୍ଗେ ହାରି ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇଥିଲେ । ଓଡ଼ିଶା ଏକ ଶାକ୍ତିପ୍ରିୟ ରାଜ୍ୟ । ରାଜନୀତିରେ ହିଂସାର ସ୍ଥାନ ନାହିଁ । ହାରିବା ଭୟରେ ବିଜେଡି ଆଜି ଓଡ଼ିଶାକୁ ବେଙ୍ଗଲ କରିବାକୁ ଚାହୁଁଛି । କିନ୍ତୁ ସ୍ୱାଭିମାନୀ ଓଡ଼ିଶାବାସୀ ତାହା କରାଇ ଦେବେ ନାହିଁ ।

ବୁଲେଟ୍‌ର ଜବାବ ବାଲଟରେ ଦେବେ । ବିଜେପି କର୍ମୀ ଦିଲୀପ ପାହାନର ବଳିଦାନ ବ୍ୟର୍ଥ ଜୀବନି । ଗତକାଲି ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଜଜ୍ଞନ୍ୟ ବୋଲି କହି ନନ୍ଦା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ସମୟରେ ରକ୍ତର ହୋଲି ଖେଳୁଛି ବିଜେଡି । ବିଜେଡିର ମୁଖିଆ ହତ୍ୟା ଘଟଣାକୁ ସାମାନ୍ୟ ଭାବି ନିନ୍ଦା କରିଦେଲେ ଯଥେଷ୍ଟ ନୁହେଁ କି ମୁଖ୍ୟମନ୍ତ୍ରୀଙ୍କ ପାପମୋଚନ ହେବନି । ଗଞ୍ଜାମବାସୀ ଆପଣଙ୍କୁ ଶାସନ କ୍ଷମତାରେ ରହିବାରେ ୨୫ବର୍ଷ ସୁଯୋଗ ଦେଲେ, ନୀରିହ ଗଞ୍ଜାମବାସୀଙ୍କ ରକ୍ତରେ ହୋଲି ଖେଳିଥିବାରୁ ମୁଖ୍ୟମନ୍ତ୍ରୀ ଯୋଡ ହସ୍ତରେ ଗଞ୍ଜାମବାସୀ ଏବଂ ଓଡ଼ିଶାକୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।  

ବିଜେଡିର ହୀନ ଓ ହିଂସ୍ର ରାଜନୀତି ପାଇଁ ଓଡ଼ିଶାର ଭୋଟରମାନେ ଜାଗିଲେଣି । ଓଡିଆ ଭାଷା, ସାହିତ୍ୟ, ଐତିହ୍ୟ ଓ ଅସ୍ମିତାକୁ ନେଇ ବିଜେଡି ଯେଉଁ ବଡ ପ୍ରଶ୍ନବାଚୀ ଠିଆ କରାଇଛି ତାହାର ଉଚିତ ଜବାବ ଦେବେ ଭୋଟରମାନେ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Sponsored
PM is not a tourist | Argus News