PM Kisan Yojana / ମୁଖ୍ୟମନ୍ତ୍ରୀ କହିଲେ ଚାଷୀଙ୍କ ଆୟ ଏମିତି ଆହୁରି ବଢ଼ିବ

Key Points
ଓଡ଼ିଶାର ୩୪ ଲକ୍ଷ ଚାଷୀ ବି ହେଲେ ଉପକୃତ ।
ପୁଣି ଚାଷୀଙ୍କୁ ମୋଦି ସରକାରଙ୍କ ବଡ଼ ଭେଟି । ତାମିଲନାଡ଼ୁର କୋଏମ୍ବାଟୁରରୁ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନର ୨୧ତମ କିସ୍ତି ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ୩୪ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ପିଏମ୍ କିଷାନ ଟଙ୍କା ପାଇବା ପରେ ଚାଷୀ ଖୁସି ହୋଇଥିବା ବେଳେ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ଡିବିଟି ଜରିଆରେ ଚାଷୀ ପାଇଛନ୍ତି ୨ ହଜାର ଲେଖାଏଁ ଟଙ୍କା । ଦେଶର ୯ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । ଚାଷୀଙ୍କ ଖାତାକୁ ସିଧାସଳଖ ଯାଇଛି ମୋଟ ୧୮ ହଜାର କୋଟି ଟଙ୍କା ।
ସାଉଥ ଇଣ୍ଡିଆ ନାଚୁରାଲ ଫାର୍ମିଂ ସମ୍ମିଟ ୨୦୨୫ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କହିଛନ୍ତି ଆଗାମୀ କିଛି ବର୍ଷରେ ନାଚୁରାଲ ଫାର୍ମିଂର ଗ୍ଲୋବାଲ୍ ହବ୍ ହେବ ଭାରତ।
ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କୁ ବି ମିଳିଛି ପିଏମ୍ କିଷାନ କିସ୍ତି। ଚାଷୀଙ୍କ ଖାତାକୁ ଯାଇଛି ୭୦୦ କୋଟି ଟଙ୍କା । ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଏଥିରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦି ସରକାରଙ୍କ ଯୋଜନା ବଳରେ ଆଗାମୀ ଦିନରେ ଚାଷୀଙ୍କ ଆୟ ବହୁଗୁଣିତ ହେବ । ୨୦୩୬ରେ ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ମିଶ୍ରିତ କୃଷିକୁ ଅଗ୍ରାଧିକାର ଦେବାକୁ ହେବ।
ପିଏମ୍ କିଷାନ ଟଙ୍କା ପାଇବା ପରେ ଚାଷୀ ଖୁସ୍। ଏଥିପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ‘ଅନ୍ନଦାତା’ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ । ଏହି ଯୋଜନା ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି ।
📱 Get Argus News App
✨Related Topics
Explore more stories