Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'

Odisha

'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'

Smruti Parija
Browse all articles by Smruti Parija
·1 year ago·2 min read
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'

ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦି ।  ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି । ପୁରୀରେ ଅଦ୍ଭୂତପୂର୍ବ ଭିଡ ଦେଖିଲି । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଆଶା ପୂରଣ କରନ୍ତି । ଓଡିଶାର ସୁଖ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ମାଗିଲି । ପ୍ରତି ଭୋଟର୍ ଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ମୋଦି । 

ଓଡିଶାରେ ଗୋଟିଏ ନାରା ଶୁଭୁଛି । ଓଡିଶାର ଗାଁ ଗାଁ..ଗଳି ଗଳି..ଘରେ ଘରେ...ଗୋଟିଏ ଶବ୍ଦ ଶୁଭୁଛି । ଓଡିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର । ଆଜିବି ଏଠାର କୃଷକ ଚିନ୍ତିତ । ଛୋଟ ଛୋଟ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଲୋକେ । ଆଦିବାସୀ ଅଞ୍ଚଳରେ ଯେଉଁଠି ଜଙ୍ଗଲ, ଜମି, ଖଣିଜ ସମ୍ପଦ ଅଛି । ସେହି ଅଞ୍ଚଳ ସବୁଠୁ ଅବ୍ୟବସ୍ଥିତ ହୋଇ ଅଛି । 24 ବର୍ଷ ସ୍ଥିର ସରକାରରେ କ'ଣ ମିଳିଛି । ସମୃଦ୍ଧ ଓଡିଶାର ଜନତା କାହିଁକି ଦାରିଦ୍ର୍ୟତାର ସହ ବଞ୍ଚୁଛନ୍ତି ବୋଲି ପ୍ରଶ୍ନ କଲେ ମୋଦି । 

ଆପଣମାନେ ଏତେ ଭଲ ପାଉଛନ୍ତି । ମୋ ପାଖରେ ଶବ୍ଦ ନାହିଁ । ସୋମନାଥ ଧରିତ୍ରୀରୁ ଜଗନ୍ନାଥ ଜମିକୁ ଆସିଛି ପ୍ରଣାମ କରିବା ପାଇଁ । ହେଲେ ଓଡିଶାରେ ଯେଉଁ ଗରିବି ଦେଖୁଛି ମତେ ବହୁତ କଷ୍ଟ ହେଉଛି । ସମୃଦ୍ଧ ପ୍ରଦେଶ, ମହାନ ସମ୍ରାଜ୍ୟକୁ କିଏ ବରବଦା କଲା । କିଏ ଯୁବିଢିଙ୍କ ସ୍ୱପ୍ନକୁ ଦଳି ଚକଟି ଦେଇଛି । ଏହାର କାରଣ କ'ଣ । ଏହାର କାରଣ ହେଉଛି ବିଜେଡି ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା କରାଯାଇଛି । ଛୋଟ ଛୋଟ ନେତା ବି ଆଜି ମାଲିକ । ଓଡିଶାର ବିଜେଡି ସରକାର ଖଣିଜ ସମ୍ପଦର ଲାଭ ଆପଣଙ୍କୁ ଉଠାଇବାକୁ ଦେଲାନି ।  
ଓଡ଼ିଶାକୁ ଡିଏମ୍‌ଏଫ୍ ଭାବେ 26 ହଜାର କୋଟି ଟଙ୍କା ଓଡିଶାକୁ ଦେଇଛି କେନ୍ଦ୍ର । କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି । ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି । ଆମ ଘରର ଚାବି ହଜିଗଲେ ଆମେ ମହାପ୍ରଭୁଙ୍କୁ ଡାକୁ । ହେଲେ 6 ବର୍ଷ ହେଲାଣି ରତ୍ନଭଣ୍ଡାର ଚାବି ହଜିଯାଇଛି । ଏହା ପଛରେ ବହୁତ ବଡ ରାଜ୍ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୁନ 10ରେ ଓଡିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ ହେବ । ବିଜେଡି ସରକାରର ମୂଳପାତ ହେବା ନେଇ ଦୃଢୋକ୍ତି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ବିଜେପି ସରକାର ହେଲେ ଛତିଶଗଡ ଭଳି ଓଡିଶାରେ ମଧ୍ୟ ଧାନର ଏମଏସପି 3100 ପ୍ରତି କ୍ୱିଣ୍ଟାଲ । 48 ଘଣ୍ଟା ଭିତରେ ଧାନର ପଇସା ବ୍ୟାଙ୍କ ଖାତାରେ ଡିପୋଜିଟ୍ ହେବ । ପିଏମ ସୂର୍ଯ୍ୟଘର ବିଜୁଳି ଯୋଜନା, ଶୁଭଦ୍ରା ଯୋଜନାର ଫାଇଦା ବିଷୟରେ କହିଲେ ପ୍ରଧାନମନ୍ତ୍ରୀ । 

ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି

 

Sponsored
pm-modi-address-election-rally-at-anugul | Argus News