Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chocolate Sculpture: ଚକୋଲେଟରେ ମୋଦିଙ୍କ ପ୍ରତିକୃତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପୂର୍ବରୁ ନିଆରା ଉପହାର

Sushanta Sahoo
Browse all articles by Sushanta Sahoo
·10 months ago·1 min read
Chocolate Sculpture: ଚକୋଲେଟରେ ମୋଦିଙ୍କ ପ୍ରତିକୃତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପୂର୍ବରୁ ନିଆରା ଉପହାର

Key Points

ପ୍ରସ୍ତୁତ କରିବାକୁ ୭ ଦିନ ସମୟ ଲାଗିଥିବା ବେଳେ ୧୫ ଜଣ ଛାତ୍ରଛାତ୍ରୀ ନିୟୋଜିତ ହୋଇଥିଲେ । ଏହି ପ୍ରତିକୃତିରେ ପାଖା ପାଖି ୭୦ କେଜି ଚକୋଲେଟର ବ୍ୟବହାର କରାଯାଇଛି ।

ଭୁବନେଶ୍ଵର: ଚକୋଲେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକୃତି । ପ୍ରଥମ ଥର ପାଇଁ ଏକ ନିଆରା କଳାକୃତି ଦେଖାଇଛନ୍ତି ଦ ସ୍କୁଲ ଅଫ୍ ବେକିଙ୍ଗ ଆଣ୍ଡ ଫାଇନ୍ ପେଷ୍ଟ୍ରି ଆର୍ଟ ସେଣ୍ଟରର ଛାତ୍ରଛାତ୍ରୀ ମାନେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପୂର୍ବରୁ ତାଙ୍କୁ ମିଠା ଭରା ଶୁଭେଚ୍ଛା ଜଣେଇବା ପାଇଁ ଛାତ୍ରଛାତ୍ରୀ ମାନେ ଚକୋଲେଟରେ ପ୍ରସ୍ତୁତ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅବିକଳ ପ୍ରତିକୃତି ।


ଏହାକୁ ପ୍ରସ୍ତୁତ କରିବାକୁ ୭ ଦିନ ସମୟ ଲାଗିଥିବା ବେଳେ ୧୫ ଜଣ ଛାତ୍ରଛାତ୍ରୀ ନିୟୋଜିତ ହୋଇଥିଲେ । ଏହି ପ୍ରତିକୃତିରେ ପାଖା ପାଖି ୭୦ କେଜି ଚକୋଲେଟର ବ୍ୟବହାର କରାଯାଇଛି । ଯେଉଁଥିରେ ୧୫ କେଜି ଧଳା ଚକୋଲେଟ ଓ ୫୫ କେଜି ଡାର୍କ ଚକୋଲେଟ ବ୍ୟବହାର କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଚକୋଲେଟ ପ୍ରତିକୃତି ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ ।


ଏପରି ଅଭିନବ ଓ କୁଶଳୀ ଉଦ୍ୟମ ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଭୁବନେଶ୍ୱରର 'କ୍ଲବ ଚକୋଲେଟ'ର ଛାତ୍ରଛାତ୍ରୀମାନେ ଚକୋଲେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ତିଆରି କରି ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵକୁ ସମ୍ମାନ ଜଣାଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପୂର୍ବରୁ ତାଙ୍କୁ ଅନନ୍ୟ ଉପହାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Students Create PM Modi’s First-Ever Chocolate Sculpture in Bhubaneswar | Argus News | Argus News