ଆସୁଛନ୍ତି ମୋଦି-ଶାହ : ଏଥର ଆଟାକ୍ ଆହୁରି ସାନଦାର ହେବ

Key Points
- ଆସୁଛନ୍ତି ମୋଦି-ଶାହ
- ଏଥର ଆଟାକ୍ ଆହୁରି ସାନଦାର ହେବ
- ଫ୍ଲପ୍ ହେବ ବିଜେଡି ପ୍ଲାନ
ଅର୍ଗସ ବ୍ୟୁରୋ : ଆସୁଛନ୍ତି ମୋଦି-ଶାହ । ପଦ୍ମ ଶିବିରରେ ଉତ୍ସାହ, ଶଙ୍ଖ ଶିବିରରେ କମ୍ପନ। କାରଣ ଏଥର କେଉଁ ପ୍ରସଙ୍ଗରେ ଆଟାକ୍ କରିବେ ମୋଦି ? ତାହାକୁ ନେଇ ଟେର ପାଉନି ବିଜେଡି । କାରଣ ଏ ସରକାର ଦୁର୍ନୀତିରେ ଏମିତି ବୁଡି ରହିଛି ଯେ କେମିତି ମିଛ କହି ମୋଦି-ଶାହଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବ ସେନେଇ ଉତ୍ତର ବି ନାହିଁ । ସେଇଥି ଲାଗି ତ ଚିନ୍ତାରେ ବିଜେଡି ନେତା ।
ଶେଷ ପର୍ଯ୍ୟାୟ ନିର୍ବାଚନ, ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ମୋଦି । କାରଣ ପୂର୍ବରୁ ଯେତେଥର ଓଡ଼ିଶା ଆସିଛନ୍ତି ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ପୋଲ ଖୋଲିଛନ୍ତି । ଘନ ଘନ ଓଡ଼ିଶା ଗସ୍ତରେ ଆସି ବିଜେଡି ସରକାର ଉପରେ କରୁଛନ୍ତି ଜୋରଦାର ଆକ୍ରମଣ ବି କରିଛନ୍ତି । ୨୦୦୯ ରୁ ୨୦୨୪, ଏହି ୧୫ ବର୍ଷ ଭିତରେ କେବେ ଏମିତି ଆକ୍ରାମଣାତ୍ମକ ହୋଇନଥିଲେ ବିଜେପି ନେତୃବୃନ୍ଦ । ଏହାକୁ ନେଇ ବିଶ୍ଲେଷକଙ୍କ ମତ, ଏଥର ନବୀନଙ୍କ ଷଷ୍ଠ ପାଳି ବଦଳରେ ଓଡ଼ିଶାରେ ହେବ ସତ୍ତା ପରିବର୍ତ୍ତନ ।
ଓଡ଼ିଶାରେ ସତ୍ତା ପରିବର୍ତ୍ତନ ହାୱାରେ ଆହୁରି ଶକ୍ତି ଭରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଅନ୍ତିମ ପର୍ଯ୍ୟାୟରେ ବାକି ଥିବା ରାଜ୍ୟର ୬ ଟି ସଂସଦୀୟ କ୍ଷେତ୍ରରେ ୬ ଟି ବିଶାଳ ଜନସଭା କରିବେ ଉଭୟ ନେତା । ବଦଳୁଛି ଓଡ଼ିଶାର ରାଜନୀତି ପାଣିପାଗ। ନବୀନ ଅପରାଜେୟରୁ ଏବେ ଜୋରଦାର ସରକାର ବିରୋଧୀ ହାୱା। ପାଣ୍ଡିଆନଙ୍କ ଜନବିରୋଧୀ ଏବଂ ଓଡ଼ିଆ ସ୍ବାଭିମାନ ବିରୋଧୀ ହାୱାରେ ଡୁବିଗଲାଣି ଓଡ଼ିଶାରେ ୫ ପାଳିରେ ନବୀନଙ୍କ ଜନପ୍ରିୟତା।