Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵିଚ୍‌ ଟିପିଲେ ମୋଦି, ଆକାଉଣ୍ଟକୁ ଆସିଲା ୫ ହଜାର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସ୍ଵିଚ୍‌ ଟିପିଲେ ମୋଦି, ଆକାଉଣ୍ଟକୁ ଆସିଲା ୫ ହଜାର

Key Points

  • ପ୍ରତୀକ୍ଷାର ଅନ୍ତ ହେଲା, ଖାତାକୁ ସୁଭଦ୍ରା ଟଙ୍କା ଆସିଲା
  • ହିତାଧିକାରୀଙ୍କ ମୁହଁରେ ଫୁଟିଲା ହସ
  • ଯାହା କହିଥିଲେ ମୋଦି, ସେଇୟା କଲେ

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲା, ନିର୍ବାଚନରେ ବିଜୟ ହେବା ପରେ ସେଇୟା କଲା । ଅର୍ଥାତ୍‌ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ବିଜେପି ଏବେ ଗୋଟି ଗୋଟି କରି ପ୍ରତିଶ୍ରୁତି ପାଳନ କଲା । ଗତ ୨୦ ଦିନ ହେଲାଣି ରାଜ୍ୟରେ ଦେଖାଦେଇଥିଲା ସୁଭଦ୍ରା ଯୋଜନାକୁ ନେଇ ପ୍ରବଳ ଭିଡ । କେବେ ମିଳିବ ? କେତେ ମିଳିବ ? କିଛି ଏମିତି ପ୍ରଶ୍ନ ଭିତରେ ୩ ଦିନ ପୂର୍ବରୁ ଆକାଉଣ୍ଟକୁ ପ୍ରଥମେ ୧ ଟଙ୍କା ଆସିଥିଲା । ପଇସା ଆସିବା ପରେ କନଫର୍ମ ହୋଇଥିଲେ ଜନତା କି ଟଙ୍କା ମିଳିବ ବୋଲି । ବାସ୍‌ ଗତକାଲି ଓଡ଼ିଶା ଗସ୍ତରେ ଆସି ମୋଦି ସୁଭଦ୍ରା ଯୋଜନାର ସ୍ଵିଚ ଟିପିବା ମାତ୍ରେ ସିଧା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଗଲା ହିତାଧିକାରୀଙ୍କର । 

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ।  ସବୁ ଅଂଚଳର ଲୋକଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ସବୁଠି ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଆସିଥିବା ଜାଣି ହିତାଧିକାରୀ ବି ଖୁସ୍ । ଯେହେତୁ ପୂର୍ବରୁ ଆକାଉଣ୍ଟକୁ ୧ ଟଙ୍କା ଆସିଥିଲା, ତେଣୁ ଗତକାଲି ଆକାଉଣ୍ଟକୁ ୪୯୯୯ ଟଙ୍କା ପହଞ୍ଚିଛି । ତ ପୁଣି କାହା ଖାତାକୁ ଆସିଛି ପୁରା ୫ ହଜାର ଟଙ୍କା । ସୁଭଦ୍ରା କିସ୍ତି ଟଙ୍କା ପାଇଥିବା ମୋବାଇଲରେ ମେସେଜ୍ ଦେଖି ଆନନ୍ଦିତ ହିତାଧିକାରୀ । ସମସ୍ତଙ୍କ ମନରେ ଗୋଟିଏ କଥା ସ୍ଵାବଲମ୍ବୀ କରାଇବ ସୁଭଦ୍ର ଟଙ୍କା । 

ସୂଚନା ଅନୁସାରେ ଗତକାଲି ମୋଦି ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରା ପ୍ରଥମ କିସ୍ତିର ଟଙ୍କା । ଯେଉଁଥିରେ ଖର୍ଚ୍ଚ ହୋଇଛି ୧୨୫୦ କୋଟି ୫୫ ହଜାର ଟଙ୍କା । ଏ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି- ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରୁଛୁ। ସେମିତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ଏଯାବତ୍ ୭୪ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି।୫୧ ଲକ୍ଷ ହିତାଧିକାରୀଙ୍କ ଆବେଦନ ପେଣ୍ଡିଂ ରହିଛି। ଆଗକୁ ଆହୁରି ୫୦ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି । ସୁଭଦ୍ରା ସ୍କିମ୍ ରେ ଆଗାମୀ ୫ ବର୍ଷରେ ବର୍ଷକୁ ଦୁଇଟି କିସ୍ତିରେ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋହନ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ରାଜ୍ୟର ବିକାଶ ତଥା ମହିଳାଙ୍କର କେମିତି ବିକାଶ ହେବ ସେନେଇ ସବୁବେଳେ ବିଜେପି ସରକାର ଗୁରୁତ୍ଵ ଦିଏ । ତେଣୁ ଏବେ ସୁଭଦ୍ରା ଯୋଜନା ମାଧ୍ୟମରେ ଗାଁଠୁ ସହର ସବୁ ମହିଳାଙ୍କୁ ସ୍ଵାବଲମ୍ବୀ କରାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି ।

 

Sponsored
Bhubaneswar | Argus News