କନିଷି ନିର୍ବାଚନୀ ପଡିଆରେ ପ୍ରଧାନମନ୍ତ୍ରୀ
·2 years ago

ଭୁବନେଶ୍ୱର: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଦକ୍ଷିଣ ଓଡିଶାରେ ଦେଖାଦେଇଛି ଉତ୍ସାହ । ମୋଦିଙ୍କୁ ସ୍ବାଗତ ପାଇଁ କନିଷି ପଡିଆରେ ଏକାଠି ହେଲେ ହଜାର ହଜାର ସମର୍ଥକ ଏବଂ ଶୁଭେଚ୍ଛୁ । ବ୍ରହ୍ମପୁର କନିଷି ପଡ଼ିଆରେ ପ୍ରଧାନମନ୍ତ୍ରୀ ବିଜୟ ସଂକଳ୍ପ ସମାବେଶ ଉଦବୋଧନ ଦେବେ । ଏଥିପାଇଁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମିଛି ।
ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିଥିଲେ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ଜନତାଙ୍କ ଗହଳି ଦେଖିବାକୁ ମିଳିଥିଲା । ଅପରାହ୍ନରେ ନବରଙ୍ଗପୁର ଚିକିଲି ପଡିଆରେ ସାଧାରଣ ସଭାରେ ଦେବେ ଉଦବୋଧନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: