20ରେ ମୋଦି କରିବେ ରୋଡ 'ସୋ'

ପୁରୀ: ୨୦ ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ । ଚାଲିଛି ସୁରକ୍ଷା ବ୍ୟବସ୍ଥାକୁ ନେଇ ଘନଘନ ଯାଞ୍ଚ । ପି ଏମ ମୋଦୀଙ୍କ ଗସ୍ତକୁ ନେଇ ପରୀକ୍ଷା ମୂଳକ ଭାବରେ ପୁରୀରେ ଅବତରଣ କରିଛି ବାୟୁସେନାର Z5117 ବିମାନ । ପୁରୀ ହେଲିପ୍ୟାଡରେ ଅବତରଣ ଓ ଉଡାଣ କରି ଟ୍ରାଏଲ ନେଇଛି ଏହି ବିମାନ । ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ପୁରୀ ଆସି ପୁରୀ ତାଳବଣିଆ ସ୍ଥିତ ହେଲିପ୍ୟାଡରେ ଅବତରଣ କରିବେ ।
ପରେ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବେ ମୋଦି । ଜଗନ୍ନାଥ ଦର୍ଶନ ପରେ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦି । ତେଣୁ ସହରରେ ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ ବ୍ୟବସ୍ଥା ସହ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଷ୍ଟିଲ ବ୍ୟାରିକେଡ଼ିଂ କରାଯାଉଛି । ସେପଟେ ଏସ ଓ ଏସ ସିକ୍ୟୁରିଟି ମାନେ ଶ୍ରୀମନ୍ଦିର ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି ।