Videos
|
Odisha

ଓଡିଶା ସୂର୍ଯ୍ୟ ଭଗବାନଙ୍କର ରାଜ୍ୟ, ଏଠି ସୋଲାର ଚମକିବ 

Smruti Parija
Browse all articles by Smruti Parija
·2 years ago·2 min read
ଓଡିଶା ସୂର୍ଯ୍ୟ ଭଗବାନଙ୍କର ରାଜ୍ୟ, ଏଠି ସୋଲାର ଚମକିବ 

ଅର୍ଗସ ବ୍ୟୁରୋ: ଓଡିଶା ସୂର୍ଯ୍ୟ ଭଗବାନଙ୍କର ରାଜ୍ୟ । ଏଠି ସୋଲାର ଚମକିବ । ସମ୍ବଲପୁର ରେମେଡ ପଡିଆରେ ଜନତାଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି । 
ଭାଜପା ସରକାର ଲଗାତାର ଆପଣଙ୍କ ଜୀବନ ସହଜ କରିବାକୁ କାମ କରୁଛି । ଜନତାଙ୍କ ସଞ୍ଜୟ କିପରି ବଢିବ, ଆମଦାନୀ କିପରି ବଢିବ ସେ ଦିଗରେ ବିଜେପି ସରକାର ସବୁବେଳେ କାର୍ଯ୍ୟରତ । ଏହାସହ ଲୋକଙ୍କ ଖର୍ଚ୍ଚ କିପରି କମ ହେବ ତାହା ବିଜେପି ସରକାରର ପ୍ରାଥମିକତା । ଦେଶ ସ୍ୱାଧୀନତାର ଏତେ ବର୍ଷ ପରେ ବି ଏମିତି ଅନକେ ଗାଁ ଅଛି ଯେଉଁଠି ବିଜୁଳି ଭଳି ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ନଥିଲା । ହେଲେ ମୋଦି ସରକାର ଆସିବା ପରେ ସେହି ଗାଁ ଗୁଡିବକୁ ବିଜୁଳି ପହଞ୍ଚିଛି । ଆଉ ଏହି ପ୍ରୟାସରେ ଓଡିଶାର 25 ଲକ୍ଷରୁ ଅଧିକ ପରିବାରରେ ବିଜୁଳି ପହଞ୍ଚିଛି । 

ଦେଶରେ ଏଲଇଡି ବଲବ୍ ର ନୂଆ କ୍ରାନ୍ତି ଆଣିଛି ମୋଦି ସରକାର । ଯାହା ଦ୍ୱାରା ବିଜୁଳି ବିଲ୍ ଯେମିତି କମ୍ ଆସିବ । ଆଉ ଏବେ ଏହା ପ୍ରୟାସ ରହିବ ଯେ ଦେଶରେ ଗରିବଙ୍କ ବିଜୁଳି ବିଲ୍ ଯେମିତି ଶୂନ୍ ରହିବ । ସେଥିପାଇଁ ଏଥର ବଜେଟ୍ ରେ 1 କୋଟି ପରିବାର ପାଇଁ ରୁଫ୍‌ ଟପ୍‌ ସୋଲାର ଯୋଜନାର ଘୋଷଣା କରାଯାଇଛି । 

ସେଥିପାଇଁ ଛାତ ଉରରେ ସୋଲାର ପ୍ୟାନେଲ ଲଗାଇ ଯେଉଁମାନେ ବିଜୁଳି ଉତ୍ପାଦନ କରିବେ ସେମାନେ ତ ବିଜୁଳି ପାଇବେ । ଏହାସହ ସେମାନେ ଅଧିକ ବିଜୁଳି ଉତ୍ପାଦନ କରି ତାହାକୁ ବିକ୍ରି କରି ସେଥିରୁ ରୋଜଗାର ମଧ୍ୟ କରିପାରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ସୂର୍ଯ୍ୟ ଭଗବାନଙ୍କ ସହ ଜଡିତ । ଯେଉଁଠି କୌଣାର୍କ ସୂର୍ଯ୍ୟମନ୍ଦିର ଅଛି, ସେଠି ପ୍ରତ୍ୟେକ ଘରେ ଉତପ୍ତ ସୂର୍ଯ୍ୟ ନୂଆ ଜୀବନ ଆଣିବ । ରୁଫ୍‌ ଟପ୍‌ ସୋଲାର ଯୋଜନା ଦ୍ୱାରା ଦେଶରେ ରୋଜଗାର ସମ୍ଭାବନା ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।   

'ମୋଦିଙ୍କ ଗ୍ୟାରେଣ୍ଟି ସେଠୁ ଆରମ୍ଭ ହୁଏ, ଯେଉଁଠି ଅନ୍ୟଙ୍କର ଶେଷ ହୁଏ'


 

Sponsored
pm-modi-said-odisha-is-state-of-lord-surya-bhagban | Argus News