ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି

Key Points
- ନବୀନଙ୍କୁ ଧୋଇଲେ ମୋଦି
- କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
- ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି
- ସରକାର କଣ ସମ୍ଭାଳିବେ ?
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟର ସବୁ ଜିଲ୍ଲାର ନାଁ କହିପାରୁନାହାନ୍ତି । ଏ ସରକାର ଲୋକଙ୍କର ବିକାଶ କେମିତି କରିବ ? କିଛି ଏମିତି ଢଙ୍ଗରେ କନ୍ଧମାଳ ସଭାରୁ ନବୀନଙ୍କୁ ଆଟାକ୍ କରିଛନ୍ତି ମୋଦି ।
ଏଥର ଅଧିକ ଆଗ୍ରେସିଭ୍ ମୁଡ୍ରେ ମୋଦି । ଫୁଲବାଣୀରେ ନବୀନଙ୍କ ଉପରେ ଜୋରଦାର ବର୍ଷିଲେ ମୋଦି । କହିଲେ, ମହାପ୍ରଭୁ ଜଗନ୍ନାଥ ଓ ରତ୍ନଭଣ୍ଡାର ସହ ଖେଳ ଖେଳୁଛି ବିଜେଡି । ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ । ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ନବୀନ ସରକାର । ଚାବି କୁଆଡ଼େ ଗଲା ? ଲୋକଙ୍କର ଜାଣିବା ଅଧିକାର ଅଛି । ଚାବି ଗଲା, କୁଆଡ଼େ ଗଲା, କାହା ପାଖକୁ ଗଲା ବୋଲି ମୋଦି ପଚାରିଛନ୍ତି ? ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି ? ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ? ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ ରତ୍ନ ଭଣ୍ଡାର ? ରତ୍ନ ନେଉନଥିଲା ତ ଡୁପ୍ଲିକେଟ୍ ଚାବିରେ ? ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ କହିବା ସହିତ ରତ୍ନଭଣ୍ଡାରର ସବୁ ସମସ୍ୟା ବିଜେପି ସରକାର ଆସିଲେ ହେବ ବୋଲି କହିଛନ୍ତି ।
ଏହାସହ ନବୀନ ବାବୁଙ୍କ ଦୀର୍ଘ ୨୫ ବର୍ଷର ଶାସନ ରହିଛି, କାହିଁକି ଓଡ଼ିଶାର ଲୋକ ଦୁଃଖରେ ? ନବୀନ ବାବୁଙ୍କ ଭାଷଣ ଦେବା ଶୈଳୀ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ,ବିନା କାଗଜ ଦେଖି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲ୍ଲାଙ୍କ ନାଁ କହିବାକୁ ଫୁଲବାଣୀରୁର ସଭା ମଞ୍ଚରୁ ନବୀନକୁ ଆହ୍ଵାନ ଦେଇଛନ୍ତି । ଗତକାଲି ରୋଡ୍ ସୋ' ସାରିବା ପରେ ବଡ଼ ବୟାନ ଦେଲେ ମୋଦି । କହିଲେ, ଏଥର ଓଡ଼ିଶା ନିର୍ବାଚନର ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଓଡ଼ିଶାରେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ ବିଶ୍ୱାସ ରହିଛି । ଦେଶର ଅନ୍ୟ ଅଞ୍ଚଳରେ ଏଭଳି ପରିବେଶ ନଥାଏ ହେଲେ ଓଡ଼ିଶାରେ ଭାଷାଗତ ବିଭେଦ ଥିବା ସତ୍ତ୍ୱେ ଲୋକଙ୍କ ସହ ହୃଦୟ ଯୋଡ଼ି ହୋଇ ସାରିଛି । ତେଣୁ ଏଥର ଓଡ଼ିଆ ଲୋକ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି କହିଛନ୍ତି ମୋଦି । ଆଉ ନିର୍ବାଚନ ଠିକ୍ ପୂର୍ବରୁ ମୋଦିଙ୍କ ଏମିତି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।
📱 Get Argus News App
✨