Videos
|
Odisha

ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଆସିବେ ପ୍ରଧାନମନ୍ତ୍ରୀ, ବିସ୍ତୃତ ସୂଚନା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଆସିବେ ପ୍ରଧାନମନ୍ତ୍ରୀ, ବିସ୍ତୃତ ସୂଚନା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

Key Points

୨୮ରେ ପ୍ରଧାନମନ୍ତ୍ରୀ ମୋଦି ଆସିବେ

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ଵର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଛନ୍ତି । 


ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସକାଳ ୧୦ଟା ୩୫ ମିନିଟରେ ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସ୍ଵାଗତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଜନତା ମୈଦାନକୁ ଯାଇ ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଉଦ୍‌ବୋଧନ ଦେବେ । ଓଡ଼ିଶାକୁ ବିପୁଳ ପୁଞ୍ଜି ଆସିବାର ସମ୍ଭାବନା ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗକୁ ସମ୍ବୋଧିତ କରିବେ । ଡବଲ ଇଞ୍ଜିନ ସରକାର ପରେ ଓଡ଼ିଶାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେଉଛି । ପୋଲିସ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ, ନୌସେନା ଦିବସ ଓଡ଼ିଶାରେ ସଫଳତାର ସହ ଆୟୋଜନ ହୋଇଛି । ଏହା ବିଶ୍ଵ ସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି ପାଉଥିବା କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।


ଏବେ ସମ୍ବିଧାନ ଗୌରବ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି । ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଛି । କଂଗ୍ରେସ ବାବାସାହେବଙ୍କ ଛବିକୁ ପୋଛି ଦେଇଥିବା ବେଳେ ମୋଦି ପୁଣି ପୁର୍ନଜୀବିତ କରିଥିବା କହିଛନ୍ତି ସାଂସଦ ।

PM Modi To Attend Utkarsh Odisha Conclave On 28th January | Argus News