Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦୦ ରେଟିଂ ରୁ ତଳକୁ ଖସିଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
୧୦୦ ରେଟିଂ ରୁ ତଳକୁ ଖସିଲେ ମୁଖ୍ୟମନ୍ତ୍ରୀ

Key Points

  • ନବୀନଙ୍କ ଲୋକପ୍ରିୟତା କମୁଛି
  • ୧୦୦ ରେଟିଂ ରୁ ତଳକୁ ଖସିଲେ ମୁଖ୍ୟମନ୍ତ୍ରୀ
  • ୨୪ ନିର୍ବାଚନରେ ପଡିପାରେ ବଡ ପ୍ରଭାବ

ଅର୍ଗସ ବ୍ୟୁରୋ: ଲଗାତାର କମୁଛି ନବୀନଙ୍କ ଲୋକ ପ୍ରିୟତା । ପୂର୍ବରୁ ଯାହା ଯେତିକି ଥିଲା ଏବେ ସେତକ ବି ନାହିଁ । ଏକଥା ଆମେ ନୁହେଁ ବରଂ ସର୍ଭେ ରିପୋର୍ଟ କହିଛି । ସେଇଥି ଲାଗି ତ ରିପୋର୍ଟକୁ ନେଇ ଚିନ୍ତାରେ ବିଜେଡି ଓ ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ । ଇଣ୍ଡିଆନ ଏକ୍ସପ୍ରେସ ମୋଷ୍ଟ ପାୱାର ଫୁଲ ଇଣ୍ଡିଆନସ୍ ୧୦୦ ରେଟିଂରେ ତଳକୁ ଖସିଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୨ ନମ୍ବର ସ୍ଥାନରେ ଥିବାବେଳେ ଏବେ ୪୭ ନମ୍ବରରେ ପହଁଚିଛନ୍ତି । ଆଉ ରିପୋର୍ଟ ଆସିବା ପରେ ଏବେ ବିଜେଡି ଶିବିରରେ ଛନକା ପଶିଲାଣି ।

ଧର୍ମେନ୍ଦ୍ର ଓ ଅଶ୍ଵିନୀଙ୍କ ବଢୁଛି ଲୋକପ୍ରିୟତା
ବିଜେପି ମୁହାଁ ଭୋଟର

ଗୋଟିଏ ପଟେ ନବୀନଙ୍କ ବ୍ରାଣ୍ଡ ଭ୍ୟାଲୁ କମୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଲୋକପ୍ରିୟତା ବେଶ ବଢିଥିବା କହୁଛି ଏହି ସର୍ଭେ ରିପୋର୍ଟ । ୨୦୨୩ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଷ୍ଟ ପାୱାର ଫୁଲ ଇଣ୍ଡିଆନସ୍ ୧୦୦ ରେଟିଂରେ  ୫୯ ନମ୍ବରରେ ଥିଲା ବେଳେ ୨୦୨୪ ରେ ବହୁତ ଉପରକୁ ଉଠି ୩୩ ନମ୍ବରରେ ରହିଛନ୍ତି । ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩ ରେ ଏହି ଲିଷ୍ଟ ର ୧୯ ନମ୍ବରରେ ଥିବା ବେଳେ ୨୦୨୪ ରେ ଉପରକୁ ଉଠି ୧୩ ନମ୍ବରରେ ପହଞ୍ଚିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥର ବି 100 ସବୁଠୁ ଶକ୍ତିଶାଳୀ ଭାରତୀୟ ମଧ୍ୟରେ ଶୀଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ତୃତୀୟରେ ଆରଏସ୍ଏସର ମୁଖ୍ୟ ମୋହନ ଭାଗବତ । ଲିଷ୍ଟର ଚତୁର୍ଥ ସ୍ଥାନରେ ଭାରତର ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼, ପଞ୍ଚମ ସ୍ଥାନରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ନାଁ ରହିଛି । ଷଷ୍ଠ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସପ୍ତମ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଷ୍ଟମ ସ୍ଥାନରେ ନିର୍ମଳା ସୀତାରମଣ, ନବମ ସ୍ଥାନରେ ଜେପି ନଡ୍ଡା ଓ ଦଶମ ସ୍ଥାନରେ ଗୌତମ ଆଦାନୀ ରହିଛନ୍ତି । ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ରଙ୍କ ନାଁ 52 ନମ୍ବରରେ ରହିଛି ।

ଦିନକୁ ଦିନ ମୋଦିଙ୍କ ଲୋକପ୍ରିତୟା ବଢୁଥିବାବେଳେ ନବୀନଙ୍କ ଲୋକପ୍ରିୟତା କମୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ । 24 ବର୍ଷର ସ୍ଥିର ସରକାର । ସବୁବେଳେ ଲୋକାଭିମୁଖୀ ଯୋଜନା କରନ୍ତି କହି ଖୁବ ଡେଣ୍ଡୁରା ପିଟନ୍ତି । ହେଲେ ଲୋକପ୍ରିୟତା କାହିଁକି କମୁଛି । ଆଉ ଦିନ କେଇଟା ପରେ ନିର୍ବାଚନ । ଆଉ ଏହା ପୂର୍ବରୁ ଏହି ରିପୋର୍ଟ କେତେ ପ୍ରଭାବ ପକାଇବ ତାହା ଦେଖିବାର କଥା।

Sponsored
pm-modi-tops-in-indian-express-top-100-most-powerful-indians-list | Argus News