Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Narendra Modi / କାହିଁକି ମନ ଇଚ୍ଛା ଆଣ୍ଟିବାୟୋଟିକ ଖାଇବାକୁ ବାରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ?

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
କାହିଁକି ମନ ଇଚ୍ଛା ଆଣ୍ଟିବାୟୋଟିକ ଖାଇବାକୁ ବାରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ?
Narendra Modi

Key Points

ICMRର ରିପୋର୍ଟ ଆଧାରରେ ଚିନ୍ତା ।
ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଵିଶେଷଜ୍ଞ ବି ଏକମତ ।

ଦୁର୍ବଳ ହେଉଛି ଆଣ୍ଟିବାୟୋଟିକ୍ । ମାତ୍ରାଧିକ ବ୍ୟବହାର ଫଳରେ ଆଉ କାମ ଦେଉନି । ନିମୋନିଆ ଓ ମୁତ୍ରାଶୟ ଜନିତ ରୋଗ ବିରୋଧରେ ହେଉନି ଫଳପ୍ରଦ । ମାସିକ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବେଗ ପରେ ବଢ଼ିଲା ଚର୍ଚ୍ଚା । ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଖାଇବା ଅନୁଚିତ୍ ।

ଥଣ୍ଡା, କାଶ, ଜ୍ବର ପରି ସାଧାରଣ ରୋଗ ୩ ରୁ ୪ଦିନ ଲାଗି ରହିଲେ, ଆମ ଭିତରୁ ଅଧିକାଂଶ ଲୋକ ଔଷଧ ଦୋକାନକୁ ଯାଇ ଆଣ୍ଟିବାୟୋଟିକ୍ ଔଷଧ କିଣି ଖାଇଦିଅନ୍ତି । ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମାତ୍ରାଧିକ ଆଣ୍ଟିବାୟୋଟିକ ଔଷଧର ସେବନ କିଭଳି ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ, ତାର ଭୟାବହତା ସଂପର୍କରେ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ'ରେ ଏଭଳି ଏକ ଗୁରୁତର ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନିମୋନିଆ ଓ ମୁତ୍ରାଶୟ ଜନିତ ରୋଗ ବିରୋଧରେ କାମ ଦେଉନି ଆଣ୍ଟିବାୟୋଟିକ୍ । ମାତ୍ରାଧିକ ଆଣ୍ଟିବାୟୋଟିକ୍ ସେବନ ଯୋଗୁଁ ବଢୁଛି ଆଣ୍ଟି ମାଇକ୍ରୋବିୟାଲ ରେଜିଷ୍ଟାନ୍ସ । ଫଳରେ କ୍ଷତିକାରକ ବ୍ୟାକ୍ଟେରିଆ ବିରୋଧରେ ଆଣ୍ଟିବାୟୋଟିକ୍ ଫଳପ୍ରଦ ହେଉନାହିଁ । ICMR ରିପୋର୍ଟ ଆଧାରରେ ଉଦ୍‌ବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଭଳି ଏକ ଗୁରୁତର ପ୍ରସଙ୍ଗରେ ସମୟ ଥାଉ ଥାଉ ପ୍ରଧାନମନ୍ତ୍ରୀ ସଚେତନ କରିଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି । ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଇବା ଉଚିତ ନୁହେଁ ବୋଲି କହିଛନ୍ତି ।

ପରିସ୍ଥିତି ଓ ପରିବେଶ ସହ କ୍ଷତିକାରକ ବ୍ୟାକ୍ଟେରିଆ ଗୁଡ଼ିକ ନିଜର ସ୍ବରୂପ ବଦଳାଉଛନ୍ତି । ବର୍ତ୍ତମାନ ଚିକିତ୍ସା ଜଗତରେ ଉପଲବ୍ଧ ଔଷଧ ସାହାଯ୍ୟରେ ଏଗୁଡ଼ିକର ଚିକିତ୍ସା କରୁଛନ୍ତି ଡାକ୍ତର । ହେଲେ ମାତ୍ରାଧିକ ଆଣ୍ଟିବାୟୋଟିକ ସେବନ ଫଳରେ ମଣିଶ ଶରୀରରେ ଆଣ୍ଟି ମାଇକ୍ରୋବିୟାଲ ରେଜିଷ୍ଟାନ୍ସ ବଢ଼ିଯାଉଛି । ଆଉ ଗୁରୁତର ରୋଗ ବିରୋଧରେ ଆଣ୍ଟିବାୟୋଟିକ୍ ଫଳପ୍ରଦ ହେଉନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi | PM Modi’s message on misuse of antibiotics timely | Argus News