Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋଦିଙ୍କ କ୍ରେଜ୍‌ରେ ଆକ୍ତାମାକ୍ତ ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମୋଦିଙ୍କ କ୍ରେଜ୍‌ରେ ଆକ୍ତାମାକ୍ତ ବିଜେଡି

Key Points

  • ମୋଦିଙ୍କ କ୍ରେଜ୍‌ରେ ଆକ୍ତାମାକ୍ତ ବିଜେଡି
  • ଯେତେ ପ୍ଲାନ କଲେ ବି କାମ ଦେଉନି କିଛି
  • ଛାତ୍ରଙ୍କୁ ନେଇ ଗୁରୁମନ୍ତ୍ର ଦେଉଛନ୍ତି ବିଜେଡି ନେତା

ଅର୍ଗସ ବ୍ୟୁରୋ: ମୋଦି କ୍ରେଜ୍‌ରେ ଆକ୍ତାମାକ୍ତା ହେଲାଣି ବିଜେଡି । କାରଣ ରାଜ୍ୟରେ ଯେମିତି ଭାବରେ ମୋଦି କ୍ରେଜ୍‌ ବଢିବାରେ ଲାଗିଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆଗାମୀ ନିର୍ବାଚନରେ ମୋଦି ଲହରୀରେ ଆକ୍ତାମାକ୍ତା ହେବ ବିଜେଡି । ସେଇଥି ଲାଗି ତ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ଦଳ । ଖାଲି ଉଦ୍ୟମ କରୁଛି ତାହା ନୁହେଁ ବରଂ କେମିତି ନିର୍ବାଚନ ବୈତରଣୀ ପାର ହେବ ସେନେଇ ଛାତ୍ରଛାତ୍ରୀଙ୍କୁ ଏବେ ଫୋକସ କରୁଛି ଦଳ । 

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ସବୁ ଦଳ କସରତ ଆରମ୍ଭ କଲେଣି । କେମିତି ନିର୍ବାଚନରେ ଭୋଟ୍‌ ହାତେଇବ ସେନେଇ ଚକ୍ରାନ୍ତ କରିଛି ବିଜେଡି । କାରଣ ଏଥର ରାଜ୍ୟରେ ପାଖାପାଖି ୮ ଲକ୍ଷ ଯୁବ ଭୋଟର ରହିଛନ୍ତି । ତେଣୁ ସେମାନଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ନେଇପାରେ । ଖାସ କରି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଛାତ୍ର ନେତାଙ୍କୁ ଦିଆଯାଇଛି ଦାୟିତ୍ଵ । ଯେଉଁଥି ପାଇଁ ଗତକାଲି ଶଙ୍ଖ ଭବନରେ ଛାତ୍ର ନେତାମାନଙ୍କୁ ତାଲିମ ଦେଇଛି ଦଳ । ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ସଭାପତି ବ୍ୟୋମକେଶ ରାୟ ପ୍ରମୁଖ ଦେଇଛନ୍ତି ନିର୍ବାଚନୀ ମନ୍ତ୍ର । ସୋସିଆଲ୍ ମିଡିଆରେ ଅପପ୍ରଚାର ରୋକିବା, ନବୀନ ସରକାରର ସଫଳତା, ନିର୍ବାଚନ ମଣ୍ଡଳୀ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ତାସହ ୨୪ ଘଣ୍ଟିଆ ମୋଡ୍ ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆ-ଓ...ଛାତ୍ରବୃତ୍ତି...ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ କେତେ କଣ ଯୋଜନା କଲା ବିଜେଡି । ହେଲେ କାମ ଦେଉନି କୌଣସି ଯୋଜନା । ଯଦି କାମ ଦେଉଛି ତାହାଲେ ପୁଣି ଛାତ୍ରଛାତ୍ରୀଙ୍କୁ କାହିଁକି ଦିଆଯାଉଛି କର୍ଣ୍ଣମନ୍ତ୍ର ? କିଛି ଏମିତି ଚର୍ଚ୍ଚା ଏବେ ଜୋର ଧରିବା ପରେ ସର୍ଭେ ରିପୋର୍ଟକୁ ନେଇ ଟେନସନ୍‌ରେ ବିଜୁ ଜନତା ଦଳ । କାରଣ ଦଳ ଜାଣିସାରିଛି ଯୁବବର୍ଗଙ୍କ ମଧ୍ୟରେ ମୋଦିଙ୍କର କ୍ରେଜ୍‌ ରହିଛି । ତେଣୁ କେମିତି ଯୁବକଙ୍କ ଭୋଟ୍‌ ନେଇପାରିବ ଦଳ ତାହାକୁ ନେଇ ଆଲୋଚନା ହେଉଥିବା ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Odisha CM Naveen Patnaik | Argus News