୭୫ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

Key Points
ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟରେ ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି...ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ କରାଗଲା ବୃକ୍ଷରୋପଣ
୭୫ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏକ୍ସରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ମହାପ୍ରଭୁଙ୍କ ପାଖରେ ମୋଦିଙ୍କ ପାଇଁ କଲେ ଦୀର୍ଘାୟୁ କାମନା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ସମ୍ବଲପୁରରେ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗୋଶାଳା ସ୍ଥିତ ସୈନିକ ସ୍କୁଲରେ ଗଛ ଲଗାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏକ୍ସରେ ପୋଷ୍ଟ କରି ମୋଦିଙ୍କୁ ‘ଜନ୍ମଦିନ’ର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଯେଉଁ ପୃଷ୍ଠଭୂମିରୁ ଆସି ଦେଶର ନେତୃତ୍ୱ ନେଇଛନ୍ତି ଏବଂ ରାଷ୍ଟ୍ରର ମର୍ଯ୍ୟାଦା ବଢାଇଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ମୋଦିଜୀଙ୍କ ନେତୃତ୍ୱ ସମସ୍ତଙ୍କ ଆତ୍ମବିଶ୍ୱାସ ବଢାଇଛି । ତାଙ୍କର ପୃଷ୍ଠପୋଷକତାରେ ବିଗତ ୧୧ ବର୍ଷ ଧରି ସର୍ବଭାରତୀୟ ସ୍ତରରେ ଏକ କଲ୍ୟାଣକାରୀ ଓ ସେବା ପ୍ରଣାଳିର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ଯାହାର କେନ୍ଦ୍ର ବିନ୍ଦୁରେ ଗରିବ, ସାଧାରଣ, ଚାଷୀ, ମହିଳା, ଯୁବବର୍ଗ ଓ ଜନଜାତି ସମୁଦାୟ ଅଛନ୍ତି ।