Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନବୀନଙ୍କ ଆସନ ଟଳମଳ !

Odisha

ନବୀନଙ୍କ ଆସନ ଟଳମଳ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନବୀନଙ୍କ ଆସନ ଟଳମଳ !

Key Points

  • ନବୀନଙ୍କ ଆସନ ଟଳମଳ
  • ପୁଣି ୨୦ରେ ଓଡ଼ିଶା ଆସୁଛନ୍ତି ମୋଦି
  • ପୁରୀରେ ରୋଡ୍‌ ସୋ' କଟକ-ଅନୁଗୁଳରେ ସଭା

ଅର୍ଗସ ବ୍ୟୁରୋ: ବିଜେଡିର ଆଉ ରକ୍ଷାନାହିଁ । ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ୍‌ ସୋ' କରିବା ସହ ଅନୁଗୁଳ ଓ କଟକରେ ଜନସଭାକୁ ସମ୍ବୋଧନ କରିବେ । ଖାଲି ସମ୍ବୋଧନ କାହିଁକି ? ବରଂ ନବୀନଙ୍କର ପୁଣି ପୋଲ ଖୋଲିବେ । ତେଣୁ କେମିତି ପଦ୍ମର ମୁକାବିଲା କରିବ ଶଙ୍ଖ ଏବେଠୁ ଚିନ୍ତାରେ ବିଜେଡି ଦଳ ।

ବିଜେପିର ହାଇଭୋଲଟେଜ୍‌ ପ୍ରଚାର । ଆସନ୍ତା ସପ୍ତାହରେ ପୁଣି ବିଜେପିର ଟପ୍ ଥ୍ରୀ ଲିଡରଙ୍କ ଓଡ଼ିଶା ଗସ୍ତ । ୧୫ରେ ଶାହ, ୧୭ରେ ନଡ୍ଡା ଓ ୨୦ରେ ଖୋଦ ପିଏମ୍ ମୋଦି । ୩ ନେତା ୩ଟି ଲେଖାଏଁ ଲୋକସଭା କ୍ଷେତ୍ରରେ କରିବେ ଜୋରଦାର ପ୍ରଚାର । ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇ ସିଟ୍‌ରେ ଦୁଇ ହେଭିୱେଟ ଶାହ ଏବଂ ନଡ୍ଡା କରିବେ ସମାବେଶ । ହଞ୍ଜିଳିରେ ଅମିତ ଶାହ ଓ କଣ୍ଟାବାଞ୍ଜି ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା  । ୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ହିଞ୍ଜିଳି ସହ ରାଉରକେଲା ଓ ଗଞ୍ଜାମର ସୋରଡାରେ ଜନସଭା କରିବେ । ଆଉ ମେ’ ୨୦ରେ ତୃତୀୟ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବେ ପିଏମ ମୋଦି । ଭୁବନେଶ୍ୱର ଷ୍ଟାଇଲରେ ପୁରୀ ବଡ଼ଦାଣ୍ଡରେ କରିବେ ବିଶାଳ ରୋଡ୍ ସୋ' । ଖାଲି ପୁରୀରେ ରୋଡ୍‌ ସୋ' ନୁହେଁ ବରଂ କଟକ-ଅନୁଗୁଳ ଯିବାର ବି ରହିଛି କାର୍ଯ୍ୟକ୍ରମ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା,ପୂର୍ବରୁ ଦୁଇ ଥର ଓଡ଼ିଶା ଆସି ୬ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ସାରିଛନ୍ତି ପିଏମ୍ ମୋଦି । ୧୯ ନିର୍ବାଚନ ଅପେକ୍ଷା ୨୪ରେ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ । ଆଉ ସବୁଠୁ ବଡ଼ କଥା ହେଲା, ନବୀନ ସରକାର ବିରୋଧରେ କଡ଼ା ଆଭିମୁଖ୍ୟ, ସିଧା ନିଶାନା । ବ୍ରହ୍ମପୁରରେ ବିଜେଡିର ଏକ୍ସପାଏରି ଡେଟ୍ ଦେବା ସହ ବିଜେପି ସରକାରର ଶପଥ ଗ୍ରହଣ ତାରିଖ ଘୋଷଣା କରିଥିଲେ । ସେହିପରି ଶନିବାର ଫୁଲବାଣୀ ସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଥିଲେ । ବିନା କାଗଜରେ ଜିଲ୍ଲା ନାଁ କହିବାକୁ ନବୀନଙ୍କୁ ଚାଲେଞ୍ଜ ବି ଦେଇଥିଲେ । ତେଣୁ ୨୦ରେ ଆଉ କେଉଁ ପ୍ରସଙ୍ଗରେ ମୋଦି ଆଟାକ୍‌ କରୁଛନ୍ତି ତାହାକୁ ଅପେକ୍ଷା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Narendra Modi | Argus News