PM RAHAT Scheme / ପିଏମ ରାହାତ ଯୋଜନା: ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ ମିଳିବ ମାଗଣା ଚିକିତ୍ସା
·2 hours ago·2 min read

Key Points
୭ ଦିନ ପର୍ଯ୍ୟନ୍ତ ମାଗଣା ଚିକିତ୍ସା
ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ଏହି ସୁବିଧା
ସମସ୍ତ ଏସପି ଓ ଡିସିପିଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି
ନିର୍ଦ୍ଦେଶନାମା ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର ୧୦/୦୪: ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 'ପ୍ରଧାନମନ୍ତ୍ରୀ ରାହତ' (PM-RAHAT) ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଯୋଜନା ଅଧୀନରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ଏହି ବ୍ୟବସ୍ଥାରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ, ସାଧାରଣ ଆହତଙ୍କ କ୍ଷେତ୍ରରେ ୨୪ ଘଣ୍ଟା ଏବଂ ଗୁରୁତର ଆହତଙ୍କ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ଇ-ଡିଏଆର୍ (eDAR) ପ୍ଲାଟଫର୍ମରେ ତଥ୍ୟ ଯାଞ୍ଚ ଓ ଅନୁମୋଦନ କରିବାକୁ ପୋଲିସକୁ କୁହାଯାଇଛି । ଯଦି ଦୁର୍ଘଟଣା ଅନ୍ୟ କୌଣସି ଥାନା ଅଞ୍ଚଳରେ ଘଟିଥାଏ, ତେବେ ମାତ୍ର ୩ ଘଣ୍ଟା ମଧ୍ୟରେ ଅଧିକାର କ୍ଷେତ୍ର ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ପହଁଚାଇବା ପାଇଁ ଏହାକୁ ୧୧୨ ଜରୁରୀକାଳୀନ ସେବା ସହିତ ସଂଯୋଗ କରାଯାଇଛି । ଯାହା ଫଳରେ ଘଟଣାସ୍ଥଳରେ ତୁରନ୍ତ ସହାୟତା ପହଞ୍ଚି ପାରିବ । SMS ଜରିଆରେ ଜରୁରୀ ସୂଚନା ଏବଂ ଚିକିତ୍ସାଧୀନଙ୍କ ପାଇଁ ହସ୍ପିଟାଲମାନଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି । ଏ ସମ୍ପର୍କିତ ସଂସ୍ଥାଗତ ବ୍ୟବସ୍ଥା, ତଦାରଖ ଏବଂ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଯୋଜନାକୁ ସ୍ୱଚ୍ଛ ଏବଂ ତ୍ୱରାନ୍ୱିତ କରିବା ପାଇଁ ଏକ ସମନ୍ୱିତ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରାଯାଉଛି । ପୋଲିସ ବିଭାଗ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ E-DAR ପୋର୍ଟାଲରେ ଦୁର୍ଘଟଣାର ବିବରଣୀ ଦିଆଯିବ । ଯାହା ଆଧାରରେ ଚିକିତ୍ସାଳୟଗୁଡ଼ିକ ଟ୍ରାନଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ ବା TMS ଜରିଆରେ ଦାବି ପ୍ରକ୍ରିୟା ଆରମ୍ଭ କରିବେ।
ପଢନ୍ତୁ ଏହି ଖବର: ସୋରରେ ଭୟଙ୍କର ସଡ଼କ ଦୁର୍ଘଟଣା; ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ
ଯୋଜନାର ସଫଳ ପରିଚାଳନା ପାଇଁ ଏକ ସୁଦୃଢ଼ ପ୍ରାଶାସନିକ ବ୍ୟବସ୍ଥା ରହିଛି । ଜାତୀୟ ସ୍ତରରେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ସଚିବ ପରିଚାଳନା କମିଟିର ମୁଖ୍ୟ ଥିବା ବେଳେ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ବା ପରିବହନ ମନ୍ତ୍ରୀ ବା ମୁଖ୍ୟ ଶାସନ ସଚିବଙ୍କ ଅଧିନରେ ଜାତୀୟ ସଡକ ସୁରକ୍ଷା ପରିଷଦ କାର୍ଯ୍ୟ କରିବ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ଜିଲ୍ଲା ସଡକ ସୁରକ୍ଷା ସମିତି' ଏହାର ତଦାରଖ କରିବେ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ଚିକିତ୍ସାଳୟ ସମେତ ଏହା ବ୍ୟତିରେକ ଯେଉଁ ଡାକ୍ତରଖାନାରେ ଜରୁରୀ କାଳୀନ ଚିକିତ୍ସା ସୁବିଧା ରହିଛି, ସେସବୁ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଏଥିପାଇଁ ସମନ୍ୱୟ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ପରିବହନ ବିଭାଗଙ୍କୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି,ତେବେ ସେମାନେ ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଆବେଦନ କରାଯାଇପାରିବ । ଜିଲ୍ଲାପାଳ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories