Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳିବ ସରକାରୀ ସ୍କୁଲ ଓ ପିଏମଶ୍ରୀ ବିଦ୍ୟାଳୟ ରଙ୍ଗ

Banajyotshna Ray
Browse all articles by Banajyotshna Ray
·1 year ago
ବଦଳିବ ସରକାରୀ ସ୍କୁଲ ଓ ପିଏମଶ୍ରୀ ବିଦ୍ୟାଳୟ ରଙ୍ଗ

ଏଣିକି ବଦଳିବ ସରକାରୀ ସ୍କୁଲ ଓ ପିଏମଶ୍ରୀ ବିଦ୍ୟାଳୟ ରଙ୍ଗ। ଗେରୁଆ ରଙ୍ଗ ହେବ ସ୍କୁଲ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଚିଠି । ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସ୍କୁଲ ପାଇଁ ମଧ୍ୟ ଲାଗୁ ହେବ ନିୟମ । ବଦଳିବ ସ୍କୁଲ କୋଠାର ରଙ୍ଗ । ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓଏସଇପିଏ । ଏହା ସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ସ୍କୁଲ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ।ଉଭୟ ରାଜ୍ୟ ଏବଂ କେନ୍ଦ୍ର ଅନୁଦାନରେ ତିଆରି ହେବ ପିଏମ ଶ୍ରୀ ଏବଂ ବିଦ୍ୟାଳୟ ମରାମତି କାମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Shri Schools, Govt Schools To Follow New Color Scheme news | Argus News