Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
 ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

Key Points

କେନ୍ଦ୍ରରେ ମୋଦି ସରକାରକୁ ୧୧ ଓ ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତି

ରାଜ୍ୟରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଗରେ ରଖିବେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି

କେନ୍ଦ୍ରରେ ମୋଦି ସରକାରକୁ ୧୧ ଓ ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତି। ରାଜ୍ୟରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଓଡ଼ିଶାବାସୀଙ୍କ ଆଗରେ ରଖିବେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି। ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ- ସେବା, ସୁଶାସନ, ଗରିବ କଲ୍ୟାଣ ପାଇଁ ସମର୍ପିତ ୧୧ବର୍ଷ। ମୋଦିଙ୍କ ଜନକଲ୍ୟାଣ ଯୋଜନା ଯୋଗୁଁ ଦେଶବାସୀଙ୍କ ଜୀବନରେ ହୋଇଛି ବାସ୍ତବିକ ପରିବର୍ତ୍ତନ।

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ସାମିଲ ହେବେ। ତେବେ ପ୍ରଧାନମନ୍ତ୍ରୀ ଜୁନ୍‌ ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

ସୂଚନାନୁଯାୟୀ , ଜୁନ୍‌ ୧୨ରେ ମୋହନ ସରକାରଙ୍କୁ ବର୍ଷେ ପୂରିବ। ଏନେଇ ଜନତା ମଇଦାନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-to-join-bjp-government-in-odisha-on-completion-of-one-year | Argus News