Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିଏମ୍ ଉଷା ଯୋଜନା:ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୁଗାନ୍ତକାରୀ ପଦକ୍ଷେପ:ମୁଖ୍ୟମନ୍ତ୍ରୀ

Odisha

ପିଏମ୍ ଉଷା ଯୋଜନା:ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୁଗାନ୍ତକାରୀ ପଦକ୍ଷେପ:ମୁଖ୍ୟମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ପିଏମ୍ ଉଷା ଯୋଜନା:ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୁଗାନ୍ତକାରୀ ପଦକ୍ଷେପ:ମୁଖ୍ୟମନ୍ତ୍ରୀ


ଅର୍ଗସ ବ୍ୟୁରୋ:ଓଡ଼ିଶାରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ବା ପିଏମ ଉଷା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ର ସରକାରଙ୍କ ସହ ସ୍ବାକ୍ଷିତର ହୋଇଛି ଏମଓୟୁ। ଯୋଜନାରେ କେନ୍ଦ୍ର ସରକାର ୬୦ ଭାଗ ଓ ରାଜ୍ୟ ସରକାରଙ୍କୁ ୪୦ ଭାଗ ଅର୍ଥ ଦେବାକୁ ପଡ଼ିବ । ପିଏମ ଉଷା ଯୋଜନାରେ କେନ୍ଦ୍ରଠାରୁ ଏବେ ଓଡ଼ିଶା ପାଇବ ୫୦୦ କୋଟି ଟଙ୍କା । ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଗବେଷଣା ଓ ଦକ୍ଷତା ବିକାଶ ଦିଗରେ ଖର୍ଚ୍ଚ ହେବ ଏହି ଅର୍ଥ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପିଏମ ଉଷାର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣକୁ ରାଜ୍ୟରେ ଲାଗୁ କରି ନଥିଲେ ବିଜେଡି ସରକାର । କାଳେ ମୋଦି ଓ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଯିବ ଏଥିପାଇଁ ଜାଣିଶୁଣି ଆନ୍ତରିକତା ଦେଖାଇ ନଥିଲେ ନବୀନ ସରକାର ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପିଏମ ଉଷା ଯୋଜନାରୁ ଲାଭବାନ ହେବେ ଓଡ଼ିଶାର ୧ କୋଟି ପିଲା । ରାଜ୍ୟକୁ ବୈଷୟିକ, ଦକ୍ଷତାଯୁକ୍ତ କରିବାରେ ପିଏମ ଉଷା ହେଉଛି ପ୍ରଥମ ପାହାଚ । ଅନ୍ୟ ପକ୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୨୦ ସଂଶୋଧନ କରି ଖୁବଶୀଘ୍ର ରାଜ୍ୟର ବିଶ୍ବ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କୁ ପୂର୍ବରୁ ମିଳୁଥିବା ସ୍ୱାୟତ୍ତତା ଫେରାଇ ଦିଆଯିବ । ରାଜ୍ୟରେ ଏବେ ସ୍ବାକ୍ଷରତା ଓ ପ୍ରାଥମିକ ଶିକ୍ଷା ସମସ୍ୟା ନୁହେଁ । ବରଂ ଯୁବବର୍ଗଙ୍କୁ ଦକ୍ଷତା ଓ ବୈଷୟିକ କ୍ଷେତ୍ରରେ ଅଧିକ ସୁଦୃଢ଼ କରିବା ବଡ଼ ଚ୍ୟାଲେଞ୍ଜ । ସାମଗ୍ରିକ ବିକାଶ ସହ ଗୁଣାତ୍ମକ ଶିକ୍ଷା ହାସଲ ପାଇଁ  ସାହାଯ୍ୟ କରିବ ପିଏମ ଉଷା । ଦକ୍ଷତା ବିକାଶ, ଗବେଷଣା ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ହେବ ସହାୟକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଖୁବଶୀଘ୍ର ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବ । ନବୀନ ସରକାର ରାଜ୍ୟରେ କେବଳ ନାଁକୁ ମାତ୍ର ବିଶ୍ବ ବିଦ୍ୟାଳୟ ଖୋଲିଥିଲେ । ହେଲେ ସେଗୁଡ଼ିକର ବିକାଶ ପାଇଁ କିଛି କରି ନଥିଲେ । ଧରଣୀଧର ବିଶ୍ବ ବିଦ୍ୟାଳୟର ଉଦାହରଣ ନେଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ କେନ୍ଦ୍ର ସରକାରଙ୍କ ରୁସା ଅର୍ଥରେ ବିଜେଡି ସରକାର କଲେଜ ଓ ବିଶ୍ଵବିଦ୍ୟାଳୟର ବିକାଶ କରିବା ବଦଳରେ ସିଲେଇ ମେସିନ ସେଣ୍ଟର ଖୋଲିଥିଲେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।  


ଶିକ୍ଷାର ବିକାଶ ପାଇଁ ବିଜେପିର ଡବଲ୍ ଇଞ୍ଜିନ୍ ସରକାରଙ୍କ ଏହି ବଡ଼ ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜ୍ୟର ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍। କହିଛନ୍ତି ପିଏମ ଉଷା ଶିକ୍ଷା କ୍ଷେତ୍ରରେ ଆଣିବ ଈକ୍ୱିଟି, ଇକ୍ୱାଲିଟି  । ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଜ୍ଞାନ ସହ ଆତ୍ମ ନିର୍ଭରଶୀଳ ହେବାକୁ ମିଳିବ ପ୍ରୋତ୍ସାହନ। ପିଏମ୍ ଉଷା ଯୋଜନା ମାଧ୍ୟମରେ ଆଗେଇବ ଓଡ଼ିଶା,ଗୁଣାତ୍ମକ ଶିକ୍ଷାର ହେବ ବିକାଶ, ଦକ୍ଷତା ବିକାଶ ଏବଂ ଗବେଷଣା ଓ ନିଯୁକ୍ତି କ୍ଷେତ୍ରରେ ହେବ ବଡ଼ ସହାୟକ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored