Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶାରୁ ୧୦ ଲକ୍ଷ ହିତାଧୀକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡିଶାରୁ ୧୦ ଲକ୍ଷ ହିତାଧୀକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ

ଅର୍ଗସ ବ୍ୟୁରୋ: ଆସନ୍ତା 17ରେ ଓଡ଼ିଶା ଆସୁଛି ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ `ସୁଭଦ୍ରା'ର କରିବେ ମେଗା ଲଞ୍ଚିଂ ସହ ନିଜ ଜନ୍ମ ଦିନରେ ଦେଶର ଗରିବ ହିଦାଧିକାରୀଙ୍କୁ ଦେବେ ବଡ ଭେଟି । ଓଡିଶାରୁ ବିଭିନ୍ନ ରାଜ୍ୟର 10 ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ୍। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି । DBT ମାଧ୍ୟମରେ ପ୍ରଥମ କିସ୍ତି ବାବଦକୁ 3180 କୋଟି ପଠାଇବେ ପ୍ରଧାନମନ୍ତ୍ରୀ । ଏହା ସହ ‘ଆବାସ +2024' ଆପ୍ ମଧ୍ୟ ଉନ୍ମୋଚନ କରିବେ ପିଏମ ।  

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜନତା ମଇଦାନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଗୃହ , ପୂର୍ତ୍ତ , ପର୍ଯ୍ୟାଟନ ସହ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଉପସ୍ଥିତ ଥିଲେ ।  ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସଂଜୀବ ପଣ୍ଡା, ଡିସିପି ପ୍ରତୀକ ସିଂଙ୍କ ସହ ଏସ ପି ଜି ଅଧିକାରୀ ମଧ୍ୟ ପହଞ୍ଚି କାର୍ଯ୍ୟକ୍ରମ ସ୍ଥଳ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା କୂ ବାରଣ କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗ ଚିଠି କରିଥିବା ବେଳେ ପ୍ରବଳ ଜନ ଗହଳି ହେବାକୁ ଥିବାରୁ ପ୍ରବଳ ଜନଗହଳି ହେବାକୁ ଥିବାରୁ 50ଜଣ ବରିଷ୍ଠ OASଙ୍କୁ ପରିଚାଳନା ଦାୟିତ୍ଵ ଦିଆଯାଇଛି । ୉

ରାଜ୍ୟ ରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଦ୍ବିତୀୟ ଓଡିଶା ଗସ୍ତ । ନିଜ ନିଜ ଜନ୍ମଦିନ ରେ ଓଡିଶାରେ ସରକାରୀ ଯୋଜନା ର ଶୁଭାରମ୍ଭ କରୁଥିବାରୁ ବେଶ ଉତ୍ସାହିତ ଅଛନ୍ତି ସାଧାରଣ ଜନତା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM will distribute housing scheme to 10 lakh beneficiaries from Odisha | Argus News