Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେତା ଓ କର୍ମକର୍ତ୍ତାଙ୍କ ସହ ପିଏମଙ୍କ ଆଲୋଚନା

Odisha

ନେତା ଓ କର୍ମକର୍ତ୍ତାଙ୍କ ସହ ପିଏମଙ୍କ ଆଲୋଚନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନେତା ଓ କର୍ମକର୍ତ୍ତାଙ୍କ ସହ ପିଏମଙ୍କ ଆଲୋଚନା

ଅର୍ଗସ ବ୍ୟୁରୋ:  ଗତକାଲି ରାତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ଅଢେଇ ଘଣ୍ଟା ଧରି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ପିଏମ୍ କରିଥିଲେ ଆଲୋଚନା । ବୈଠକରେ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ୍ ଓରାମ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉଷେଣ୍ଡିଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପ୍ରଦାଧିକାରୀମାନେ ଉପସ୍ଥିତ ଥିଲେ ।

ଉଭୟ ସରକାର ଏବଂ ସଂଗଠନର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ବୈଠକ ସମ୍ପର୍କରେ ମୋଦି ସୋସିଆଲ୍ ମିଡିଆ ଏକ୍ସରେ ଲେଖିଲେ ଯେ ଓଡ଼ିଶାରେ ଦଳକୁ ଆହୁରି ସୁଦୃଢ଼ କରିବାକୁ ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେଲା। ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ ଜାରି ରହିବ। ବିଜେପି କାର୍ଯ୍ୟାଳୟରେ ରାତ୍ରିଭୋଜନ ପରେ ରାଜଭବନରେ ରାତ୍ରିଯାପନ କରିଥିଲେ ପ୍ରଧାନମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM's interaction with leaders and activists | Argus News