Videos
|
Odisha

କବି ଚାରୁଦତ୍ତ ପାଣିଗ୍ରାହୀଙ୍କୁ ମର୍ଯ୍ୟାଦାଜନକ ‘ଏମିଲି ଡିକିନ୍‌ସନ୍ ପୁରସ୍କାର’

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago
କବି ଚାରୁଦତ୍ତ ପାଣିଗ୍ରାହୀଙ୍କୁ ମର୍ଯ୍ୟାଦାଜନକ ‘ଏମିଲି ଡିକିନ୍‌ସନ୍ ପୁରସ୍କାର’

ଓଡ଼ିଶାର ବିଶିଷ୍ଟ ଲେଖକ ଓ ବୁଦ୍ଧିଜୀବୀ ଚାରୁଦତ୍ତ ପାଣିଗ୍ରାହୀ । ତାଙ୍କ ଦ୍ବାରା ରଚିତ ଇଂରାଜୀ କବିତା ସଂକଳନ ‘ସ୍ବିର୍ଲ୍ ଏଣ୍ଡ ଷ୍ଟିଲ୍’ ପାଇଁ ଆମେରିକାର ମର୍ଯ୍ୟାଦାଜନକ ‘ଏମିଲି ଡିକିନ୍‌ସନ୍’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଆମେରିକାର ଉନବିଂଶ ଶତାବ୍ଦୀର ବିଶିଷ୍ଟ କବୟିତ୍ରୀ ଏମିଲି ଡିକିନ୍‌ସନ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତିବର୍ଷ ‘ପୋଏଟ୍ରି ସୋସାଇଟି ଅଫ୍ ଆମେରିକା’ର ସଦସ୍ୟମାନଙ୍କୁ ଦିଆଯାଇଥାଏ। ଚଳିତ ବର୍ଷ ଓଡ଼ିଶାର ଚାରୁଦତ୍ତ ପାଣିଗ୍ରାହୀଙ୍କୁ ନିଜ କବିତା ଜରିଆରେ ଆନ୍ତଃସାଂସ୍କୂତିକ ଭାବ ବିନିମୟକୁ ଏକ ସାର୍ଥକ ରୂପ ଦେଇଥିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଶ୍ରୀ ପାଣିଗ୍ରାହୀ ତାଙ୍କର ‘ଡସ୍କ ଆଟ୍ ରାୟଗଡ଼ା’, ‘ମଣ୍ଟି ମ୍ୟୁଜିକ୍’ ଓ ‘ସ୍ବର୍ଲ ଏଣ୍ଡ ଷ୍ଟିଲ୍’ ଆଦି ପୁସ୍ତକ ପାଇଁ ପାଠକ ମହଲରେ ସୁପରିଚିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Poet Charudatta Panigrahi awarded prestigious 'Emily Dickinson Award' | Argus News