Pitabas Panda Murder Case / ବିକ୍ରମଙ୍କ ନାଁରେ ଗୋଟିଏ ପରେ ଗୋଟିଏ କେସ୍ ଗୁନ୍ଥି ଚାଲିଛି ପୋଲିସ
·9 months ago·3 min read

Key Points
ପୋଲିସ ତଦନ୍ତ କରି ସେହି ମାସ ୨୨ ତାରିଖରେ ପ୍ରଥମ ଦଫାରେ ୧୨ ଜଣଙ୍କୁ ଗିରଫ କରିଥିଲା ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଁରେ ଆଉ ୨ ମାମଲା ଯୋଡ଼ିଲା ପୋଲିସ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ଅଡୁଆ ବଢ଼ିଛି । ଗତକାଲି ଅଦାଲତରେ ତାଙ୍କ ଜାମିନ ଶୁଣାଣି ଚାଲିଥିବା ବେଳେ ପୋଲିସ ବିକ୍ରମଙ୍କ ନାଁରେ ପୁଣି ୨ ନୂଆ ମାମଲା ଯୋଡ଼ିଛି।
ଜେଲ୍ରୁ ଥାଇ ସେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଏଡିଜେ-୩ କୋର୍ଟରେ ଜାମିନ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ଆସନ୍ତା ୧୬ରେ ରାୟ ପ୍ରକାଶ ପାଇବ ବୋଲି ଓକିଲ ସୂଚନା ଦେଇଛନ୍ତି। ଗତ ଅକ୍ଟୋବର ୬ ତାରିଖ ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ତଦନ୍ତ କରି ସେହି ମାସ ୨୨ ତାରିଖରେ ପ୍ରଥମ ଦଫାରେ ୧୨ ଜଣଙ୍କୁ ଗିରଫ କରିଥିଲା ।
ଯେଉଁଥିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ) ଥିଲେ । ଏହାପରେ ଆଉ ୪ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରି ସାରିଛି। ବିକ୍ରମଙ୍କୁ ଗିରଫ ବେଳେ ପୋଲିସ ସାମ୍ବିଧାନିକ ଅଧିକାର ଓ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ହୋଇ ନଥିବା ଦର୍ଶାଇ ଜାମିନ ଆବେଦନ ହୋଇଥିଲା। ଏଡିଜେ-୩ କୋର୍ଟରେ ଜାମିନ ଆବେଦନର ଶୁଣାଣି ଚାଲିଥିବା ବେଳେ ଗତ ୯ ତାରିଖରେ ପୋଲିସ କେସ୍ ଡାଏରୀ ଦାଖଲ କରିଥିଲା।
ସ୍ବର୍ଗତ ପଣ୍ଡାଙ୍କ ପତ୍ନୀ ଓ ଭାଇ ଥାନାରେ ଦେଇଥିବା ୨ଟି ଯାକ ଏତଲାରେ ବିକ୍ରମଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଥିବା ଅଦାଲତରେ ଦର୍ଶାଯାଇଥିଲା। ଜାମିନ ଆବେଦନକୁ ନେଇ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଅଦାଲତ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ଆଇନଜୀବୀ ସୂଚନା ଦେଇଛନ୍ତି। ଆସନ୍ତା ୧୬ରେ ରାୟ ପ୍ରକାଶ ନେଇ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପିତବାସ ପଣ୍ଡା ହତ୍ୟା ମାମଲାରେ ମୋଟ ୧୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଚିଂଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ଦଳାଇ, ଛାତ୍ରନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, କାଳିଆ ଭୂୟାଁ, ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ ପାଶୱାନ ଓ କୁନ୍ଦନ ପାଶୱାନ ।
ବିହାରରୁ ଗୋଟିଏ ଟିମ ଆସିଥିଲା । ସେମାନଙ୍କୁ ନେଇ ଆସିଥିଲା ଉମା ବିଷୋୟୀ । ବିପିନ ସ୍ଵାଇଁ ସୁଟର ମାନଙ୍କୁ ଡାକିଥିଲା । ପୁରୀରେ ଏକ ଭଡ଼ା ଘରେ ସେମାନେ ରହିଥିଲେ । ମଳୟ ବିଷୋୟୀ ନିର୍ଦ୍ଦେଶରେ ଏସବୁ କରିଥିଲେ । ୪ ଜଣ ମେଡିକାଲ କାମ ପାଇଁ ଆସିଥିବା କହିଥିଲେ । ରହିବା ଓ ଖାଇବା ବିଷୟ ବୁଝିଥିଲେ ଯୋଗେନ୍ଦ୍ର ରାଉତ । ହତ୍ୟା ଲାଗି ୧୦ ଲକ୍ଷର ହୋଇଥିଲା ଡିଲ୍ ।
ସେପ୍ଟେମ୍ବର ୧୪ରେ ପ୍ରଥମେ ମାରିବାକୁ ଥିଲା ଯୋଜନା । ମଳୟ ବିଷୋୟୀ ସାଙ୍ଗରେ ମଦନ ଦଳାଇର ସମ୍ପୃକ୍ତି । ତିରୁପତି ଭୂୟାଁ, ଚିଂଟୁ ପ୍ରଧାନ । ଯିଏ ଗୁଳି ମାରିବ ୫ ଲକ୍ଷ, ଗାଡି ଚଳାଇବା ବ୍ୟକ୍ତିଙ୍କୁ ୩ ଲକ୍ଷ । ଚିଂଟୁ ଗାଡ଼ି ଚଳାଉଥିଲା, ବସିଥିଲା ତିରୁପତି ଭୂୟାଁ । ଗୁଳିମାଡ଼ ପୂର୍ବରୁ ପୀତବାସଙ୍କୁ ନମସ୍କାର କରିଥିଲେ । ଗୁଳିମାଡ଼ ପରେ ଶୀତଳାପଲୀ ପଳାଇଥିଲେ । ପୁରୁଷୋତ୍ତମପୁର ପାଖରେ ଗାଡ଼ି ଛାଡ଼ି ପଳାଇଥିଲେ । ସେଠାରୁ ବସରେ ପୁରୀ ପଳାଇଥିଲେ । ମୋବାଇଲ ପାଖରେ ନରଖିବାକୁ ନିଷ୍ପତ୍ତି ନେଇଥିଲେ । ଚିଂଟୁ ପୁଣି ବେଙ୍ଗାଲୁରୁ ପଲାଇଥିଲା । ଜୟପୁରରେ ସୁନୀଲ ହୋତା ଆଶ୍ରୟ ଦେଇଥିଲା ।
ବିକ୍ରମ ପଣ୍ଡାଙ୍କ ନିକଟତର ସୁନୀଲ ହୋତା ସବୁ ଜାଣି ମଧ୍ୟ ନିଜ ଫାର୍ମ ହାଉସରେ ଆଶ୍ରୟ ଦେଇଥିଲା । ହତ୍ୟା ଲାଗି ମୋଟ ୫୦ ଲକ୍ଷର ହୋଇଥିଲା ଡିଲ । ବିକ୍ରମ ପଣ୍ଡା ସବୁ ପ୍ରକାର ଆର୍ଥିକ ସହାୟତା ଯୋଗାଇଥିଲେ । ପିଣ୍ଟୁ ଦାସର ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ନେଇ ରହିଛି ପ୍ରମାଣ । ପୀତବାସ ପଣ୍ଡା ଓ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଥିଲା ଶତ୍ରୁତା । ବାର କାଉନସିଲ ନିର୍ବାଚନକୁ ନେଇ ଥିଲା ଶତ୍ରୁତା ।

Related Topics
Explore more stories