ମଦୁଆଙ୍କୁ ସାବାଡ଼ କରିବାକୁ ଛକ ଛକରେ ଜଗିଛନ୍ତି ପୋଲିସ

ହୋଲି ପାଇଁ ଟ୍ୱିନସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ପ୍ରତି ଛକ ଓ ରାସ୍ତାରେ ଜଗିଛନ୍ତି ଥାନା ଅଧିକାରୀ । ମଦ ପିଇ ବୁଲିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ଉପରେ କମିଶନରେଟ୍ ପୋଲିସର କଡା ନଜର।
ହୋଲି ଅବସରରେ ବ୍ଳକିଂ ଚେକିଂକୁ ଗୁରୁତ୍ବ ଦେଇଛି କମିସନରେଟ ପୋଲିସ । ସମସ୍ତ ହୋଟେଲ, ଲଜରେ ଯାଞ୍ଚ କରାଯାଇଛି। ମଦ ବିକ୍ରି ଏବଂ କେମିକାଲ ରଙ୍ଗ ବିକ୍ରି ଉପରେ ପୋଲିସର ନଜର । ସତର୍କତାର ସହ ହୋଲି ପାଳିବା ସହ ରଙ୍ଗ ଖେଳି ନଦୀକୁ ଗାଧୋଇ ନଯିବାକୁ ଅପିଲ କରିଛନ୍ତି ଭୁବନେଶ୍ବର ଡିସିପି । ହୋଲି ପାଇଁ ୫ଟି ବାଥ ପଏଣ୍ଟରେ ଅଗ୍ନିଶମ କର୍ମଚାରୀ ।
ପୁରୀ କେନାଲ, କୁଆଖାଇ, ଦୟା, ବାଙ୍କୁଆଳ, ବାଲିଅନ୍ତା ସାଇଫନରେ ମୁତୟନ ଅଗ୍ନିଶମ ବାହିନୀ । ନିଶା ସେବନ କରି ଗଭୀର ପାଣିକୁ ନଯିବାକୁ ପରାମର୍ଶ ଦିଆଯାଇଛି । ନିଜ ଜୀବନକୁ ସୁରକ୍ଷିତ ରଖି ଶାନ୍ତି ଶୃଙ୍ଖଳାର ସହ ହୋଲି ଖେଳିବାକୁ କରାଯାଇଛି ଅପିଲ୍ । ସାରା ରାଜ୍ୟରେ ୩୪୫ଟି ଲୋକେସନରେ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ଲାଇଫ ବୟ, ଲାଇଫ ଜ୍ୟାକେଟ, ଅଣ୍ଡର ୱାଟର ବିଏ ସେଟ, ଳାଇଭ ବୋଟ ଓ ଟାୱାର ଲାଇଟ ସହ ପ୍ରସ୍ତୁତ ରହିବେ ଆଗ୍ନିକ।
କଟକ ଏବଂ ଭୁବନେଶ୍ୱରରେ ଅଧିକ ୮ଟି ଟିମ ରହିଛନ୍ତି । କଟକରେ ମୁତୟନ ୨୨ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ଆଜି ବନ୍ଦ ରହିବ ମଦ ଦୋକାନ । ରାଜ୍ୟର ସମସ୍ତ ସ୍ଥାନରେ ଷ୍ଟେଟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏବର୍ଷ ଜିରୋ କାଜୁଆଲିଟି ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।