Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା, ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ

Odisha

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା, ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା, ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ

ଭୁବନେଶ୍ୱର:  କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା । ଅଭିଯୁକ୍ତକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ । ଘରେ କାମ କରୁଥିବା କର୍ମଚାରୀ ମାନଙ୍କୁ ପଚରା ଉଚରା କରୁଛି ପୋଲିସ । ଜଣ ଜଣ କରି ସମସ୍ତଙ୍କୁ ପଚରା ଉଚରା କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି ।

ସେପଟେ ଗତ ୨ ଦିନ ତଳେ ନିରଞ୍ଜନ ପଟନାୟକଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ କରୁଥିବା ଚୋରକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ର ଘର ଗଞ୍ଜାମ ଅଞ୍ଚଳରେ ବୋଲି ଜଣାପଡିଛି । ସେ ଗତ 5ଦିନ ହେବ ଜେଲରୁ ବାହାରିଥିଲା । ନିଶା ପାଇଁ ଏଭଳି ଚୋରି କରେ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ ନାଁରେ 8ଟି ମାମଲା ଥିବା କଥା ଜାଣିବାକୁ ପାଇଛି ପୋଲିସ ।

ଓଡ଼ିଶା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ ଡକାୟତି ଘଟଣାରେ କମିଶନରେଟ୍ ପୋଲିସ ଜଣେ ଡକାୟତଙ୍କୁ ଗିରଫ କରିଛି । ଘଟଣାର ପ୍ରାୟ ୧୭ ଦିନ ପରେ ସ୍ଥାନୀୟ ପୋଲିସ ଦ୍ୱାରା ଗିରଫ ହୋଇଥିବା ହାଇ-ପ୍ରୋଫାଇଲ୍ ଡକାୟତଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି।

ଜାନୁଆରୀ ୨୫ ରାତିରେ, ଚୋର ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ଭିଆଇପି କଲୋନିରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଘରର ମାଷ୍ଟର ବେଡରୁମରେ ପ୍ରବେଶ କରି ଚୋରି କରିଥିବା ଅଭିଯୋଗ ହୋଇଥିଲା । ନିରଞ୍ଜନଙ୍କ ବଡ଼ ପୁଅ ଦେବଜ୍ୟୋତି ପଟ୍ଟନାୟକ ଏବଂ ତାଙ୍କ ପରିବାର ରହୁଥିବା କୋଠାର ଦ୍ୱିତୀୟ ମହଲାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଏବଂ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police are recreating the scene of the robbery at Niranjan Patnaik's house | Argus News