ପୋଲିସ-ଆର୍ମି ବିବାଦ ଘଟଣା;ତଦନ୍ତ କମିଶନରେ ହାଜର ହେଲେ ପୀଡିତା ଏବଂ ମେଜର
·1 year ago

ଭୁବନେଶ୍ୱର: ଭୁବନେଶ୍ଵର ଭରତପୁର ଥାନା ପୋଲିସ-ଆର୍ମି ବିବାଦ ଘଟଣା । ତଦନ୍ତ କମିଶନରେ ହାଜର ହେଲେ ପୀଡିତା ଏବଂ ମେଜର । ଏଥିସହ ପୀଡ଼ିତାଙ୍କ ଓକିଲ, ବାପା ଓ ଘଟଣାରେ ସମ୍ପୃକ୍ତି ଥିବା 3 ଯୁବକଙ୍କ ଓକିଲ ମଧ୍ୟ ହାଜର ହୋଇଛନ୍ତି । ତଦନ୍ତ କମିଶନରେ ହାଜର ହୋଇଛନ୍ତି କ୍ରାଇମବ୍ରାଞ୍ଚର ତଦନ୍ତକାରି ଅଧିକାରୀ ଡ଼ିଏସପି ନରେନ୍ଦ୍ର ବେହେରା ।
ଘଟଣାରେ ପ୍ରତ୍ୟେକ୍ଷ ଭାବେ ସମ୍ପୃକ୍ତ ସମସ୍ତଙ୍କୁ ହାଜର ପାଇଁ ତଦନ୍ତ କମିଶନ ନୋଟିସ୍ କରିଥିଲେ । ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ନିଲମ୍ବିତ ପୋଲିସ କର୍ମଚାରୀଙ୍କୁ ହାଜର ପାଇଁ ନୋଟିସ୍ ହୋଇଛି । ରାସ୍ତାରେ ଆକ୍ରମଣ କରିଥିବା ଯୁବକ ମାନଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
