Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BMC କର୍ପୋରେଟର ବାୟାଁ ଜେନାଙ୍କୁ ଗିରଫ କଲା ପୋଲିସ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
BMC କର୍ପୋରେଟର ବାୟାଁ ଜେନାଙ୍କୁ ଗିରଫ କଲା ପୋଲିସ

Key Points

ଗିରଫ ଅଭିଯୁକ୍ତଙ୍କ ଜାମିନ କୋର୍ଟରେ ନାମଞ୍ଜୁର ହେଲା ପରେ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଛନ୍ତି।

କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ରହିଥିଲା ।

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ । ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ କଲା ପୋଲିସ । ତାଙ୍କୁ ବାଲେଶ୍ୱରରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅମରେଶ ଜେନାଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସସ୍‌ପେଣ୍ଡ ନେଇ ସୂଚନା ଦିଆଯାଇଛି ।


ଏହା ପୂର୍ବରୁ କମିସନରେଟ୍‌ ପୋଲିସ ଅମରେଶ ଜେନାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ କରିଥିବାରୁ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଜାମିନ କୋର୍ଟରେ ନାମଞ୍ଜୁର ହେଲା ପରେ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଛନ୍ତି।

କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ରହିଥିଲା । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ କେସ୍‌ ନଂ-୩୯୪ରେ ବିଏନ୍‌ଏସ୍‌ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି। ପୋଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମଇନା କରାଇବା ସହ ବିଏନ୍‌ଏସ୍‌ଏସ୍‌ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଛି।

ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦୨୩ ମସିହାରେ ସେ ୧୭ ବର୍ଷ ବୟସର ହୋଇଥିବା ‌ବେଳେ ଏକ ରଜ ଉତ୍ସବ କାର୍ୟ୍ୟକ୍ରମରେ ତାଙ୍କର କର୍ପୋରେଟର୍‌ ବାୟାଁଙ୍କ ସହ ସାକ୍ଷାତ ହୋଇଥିଲା। ପରସ୍ପର ପରିଚିତ ହେବା ପରେ ବାୟାଁ ତାଙ୍କୁ ଏକ ମୋବାଇଲ୍‌ ଉପହାର ଦେଇଥିଲେ। କିଛିଦିନ କଥାବାର୍ତ୍ତା ପରେ ବାୟାଁ ଭଲପାଉଥିବା କହିଥିଲେ। ବାରମ୍ବାର ପ୍ରେମ ନିବେଦନ ପରେ ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ଏହାପରେ ବାୟାଁ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ବିଭିନ୍ନ ସମୟରେ ବୁଲାବୁଲି କରିବା ସହ ଉଭୟ ସମ୍ପର୍କ ରଖିଥିଲେ।

ତେବେ ଏଭଳି ଅଭିଯୋଗକୁ ନେଇ କର୍ପୋରେଟର୍‌ ଅମରେଶ ଜେନା ପୂର୍ବରୁ କହିଥିଲେ ଯେ ମୋ ବିରୋଧରେ ଏହା ଏକ ଷଡ଼୍‌ଯନ୍ତ୍ର । ମୁଁ ସେ ଝିଅକୁ ଜାଣିନାହିଁ । ଏହା ମୋ ବିରୋଧରେ ଏକ ବଡ଼ ଷଡ଼୍‌ଯନ୍ତ୍ର । ଯଦି ତଦନ୍ତରେ ପୋଲିସ ମୋର ସେଭଳି କିଛି ସମ୍ପୃକ୍ତି ପାଏ, ତେବେ ମୋତେ ଗିରଫ କରୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police arrest BMC corporator Bayan Jena | Argus News