Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନକଲି ଡାକ୍ତରଙ୍କୁ ଗିରଫ କଲା  ପୋଲିସ 

Odisha

ନକଲି ଡାକ୍ତରଙ୍କୁ ଗିରଫ କଲା  ପୋଲିସ 

Manini Pattanayak
Browse all articles by Manini Pattanayak
·1 year ago·1 min read
ନକଲି ଡାକ୍ତରଙ୍କୁ ଗିରଫ କଲା  ପୋଲିସ 

 ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅଂଚଳ ରେ ଛତୁ ଫୁଟିଲା ଭଳି ବେଆଇନ କ୍ଲିନିକ ଖୋଲିବା ସହ ନକଲି ଡାକ୍ତରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଗାଁ ରେ ମାଲମାଲ ଡାକ୍ତର ରୋଗୀ ଙ୍କୁ ଚିକିତ୍ସା କରି ଜୀବନ ସହ ଖେଳ ମଧ୍ୟ ଖେଳୁଛନ୍ତି।  ହେଲେ ପୁଣି ଜଣେ ନକଲି ଡାକ୍ତର ଙ୍କୁ ଗିରଫ ପୋଲିସ କରିଥିବା ନେଇ ଅଂଚଳ ରେ ଚର୍ଚ୍ଚା ଜୋର ଧରିଛି।  ସଇଁତଲା ଥାନା ଟିକ୍ରାପଡା ଗାଁର ରଣାପଡା ଠାରେ ଦୀର୍ଘ ବର୍ଷ ହେବ ବେଆଇନ  ଭାବେ କ୍ଲିନିକ ଖୋଲିବା ସହ ଡାକ୍ତର ସାଜି ଲୋକଙ୍କୁ କରୁ ଥିଲେ ଚିକିତ୍ସା କିନ୍ତୁ ପୋଲିସ ପାଖରେ ଅଭିଯୋଗ ପରେ  ବେଆଇନ କ୍ଲିନିକ ପରେ ଚଢ଼ାଉ କରି ଗିରଫ  କଲା ପୋଲିସ।

ବିପୁଳ ପରିମାଣ ରେ ଔଷଧ ଜବତ ସହ ନକଲି ଡାକ୍ତର ଙ୍କୁ ଗିରଫ  କରିଛି ସଇଁତଲା ପୋଲିସ ଅଭିଯୁକ୍ତ ଜଣକ ହେଲେ ଟିକ୍ରାପଡା ଗାଁର ବିଦ୍ୟୁତ କୁମାର ବିଶ୍ୱାଲ ବୋଲି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି । ଅନ୍ୟପଟେ କିଛି ଦିନ ପୂର୍ବରୁ ଟିଟିଲାଗଡ଼ ଥାନା ପୁତୁଲି ଗାଁରୁ ଜଣେ ନକଲି ଡାକ୍ତର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police arrested the fake doctor | Argus News