ଚାନ୍ଦବାଲି ପୋଲିସର ବର୍ବରକାଣ୍ଡ

ଅର୍ଗସ ବ୍ୟୁରୋ: ଚାନ୍ଦବାଲି ପୋଲିସର ବର୍ବରକାଣ୍ଡ । ଦଳିତ ମହିଳାଙ୍କ ସହ ତାଙ୍କର ନାବାଳିକା ନଣଦକୁ ଗୋଡ଼େଇ ଗୋଢ଼େଇ ପିଟିଲା ପୋଲିସ। ପୋଲିସ ଆକ୍ରମଣରେ ମହିଳା ଗରୁତର ଆହତ । ଅଭିଯୋଗ ଅନୁସାରେ ଚାନ୍ଦବାଲି ଥାନା ପରିସରରେ ଜଣେ ଦଳିତ ମହିଳା ତାଙ୍କ ସ୍ଵାମୀଙ୍କୁ ଭେଟିବାକୁ ଆସିଥିଲେ । ସଂପୃକ୍ତ ମହିଳାଙ୍କ ଛୋଟ ଛୁଆ ଏକ ଚପଲ ଖୋଳକୁ ଧରି ଖେଳୁଥିବା ବେଳେ ମହିଳା ଜଣକ ଚପଲ ଖୋଳକୁ ଥାନା ପରିସର ମଧ୍ୟକୁ ପକାଇ ଦେଇଥିଲେ । ଚପଲ ଖୋଳ କାହିଁକି ଡଷ୍ଟବିନରେ ପକାଇଲେ ସେ ନେଇ ମହିଳାଙ୍କୁ କନେଷ୍ଟବଳ ରବି ସେଠୀ ମାଡ଼ ମାରିଥିଲେ । ମହିଳା ଜଣକ ପାଟିତୁଣ୍ଡ କରିବାରୁ ଥାନାର ASI ନେପାଳୀ ସାହା ଓ ଦୁଇଜଣ କନେଷ୍ଟବଳ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ଲହୁଲୁହାଣ କରିବା ସହ ତାଙ୍କ ନାବାଳିକା ନଣଦକୁ ମଧ୍ୟ ମାରିବାକୁ ପଛାଇ ନଥିଲେ । ଏହି ଘଟଣାକୁ ସ୍ଥାନୀୟ କିଛି ଯୁବକ ମୋବାଇଲରେ ଉତ୍ତୋଳନ କରି ସୋସିଆଲ ପୋଷ୍ଟ କରିଥିଲେ। ଅଭିଯୋଗକାରିଣୀ ମହିଳା ଥାନାରେ ଅଭିଯୋଗ କରିବା ପରେ ଚାନ୍ଦବାଲି ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।