Humane Sagar / ଅର୍ପିତା-ସୋମେଶଙ୍କୁ ଗିରଫ କରିପାରିବନି ପୋଲିସ !

Key Points
ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି ପାଇଲେ ସୋମେଶ ଶତପଥୀ ଓ ଅର୍ପିତା ଚୌଧୁରୀ। ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। ଉଭୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉଭୟଙ୍କୁ ଗିରଫ କରାଯାଇ ପାରିବ ନାହିଁ କିମ୍ବା ହେପାଜତକୁ ନିଆଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଉଭୟ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ମାମଲାର କେସ ଡାଇରୀ ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଫେବୃଆରୀ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏହା ସହ ହ୍ୟୁମାନଙ୍କ ମାଁ ଶେଫାଳୀ ସୁନାନଙ୍କୁ ଆବେଦନକାରୀ ପକ୍ଷଭୁକ୍ତ କରି ପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ହ୍ୟୁମାନ ସାଗର ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଘଟଣା ଉପରୁ ପରଦା ହଟେଇବାକୁ ଦାବି କରି କଟକ ମର୍କତନଗର ଥାନାରେ ଏତଲା ଦେଇଥିଲେ ହ୍ୟୁମାନଙ୍କ ମାଁ ଶେଫାଳୀ। ପୋଲିସ ଏତଲା ଆଧାରରେ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଯେଉଁଥିରେ ସୋମେଶ ଶତପଥୀ ଓ ଅର୍ପିତା ଚୌଧୁରୀଙ୍କ ନାଁ ମଧ୍ୟ ସାମିଲ ଥିଲା।
ଅନ୍ୟପଟେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀ। ଉଭୟଙ୍କୁ ଜେରା କରିଛନ୍ତି ଏସିପି ଜୋନ-୩ ଅନନ୍ୟ ଅବସ୍ତୀ । ଏତଲାରେ ଥିବା ସମସ୍ତଙ୍କୁ ଜେରା କରାଯାଇଥିବା ସେ କହିଥିଲେ । ଏନେଇ ଏସିପି ଜୋନ -୩ ଅନନ୍ୟ ନିଜେ ସୂଚନା ଦେଇଛନ୍ତି ।
📱 Get Argus News App
✨Related Topics
Explore more stories